ଯାଜପୁର,୧/୫(ଡି.ଏଚବ୍ୟୁରୋ):-ଯାଜପୁର ଜିଲ୍ଲା ବଡ଼ଚଣା ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଗତ ବିଳମ୍ବିତ ରାତିରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଟ୍ରକକୁ ଭାରସ୍ୟାମ ହରାଇ ଧକ୍କାଦେଲା ଆମ୍ବୁଲାନ୍ସ। ଫଳରେ ଆମ୍ବୁଲାନ୍ସରେ ଥିବା ମହିଳା ରୋଗୀଙ୍କ ସହ ଆମ୍ବୁଲାନ୍ସ ଡ୍ରାଇଭର, ଓ ସହକର୍ମୀଙ୍କ ମୃତ୍ୟୁ ଘଟିଥିବା ବେଳେ ରୋଗୀଙ୍କ ସମ୍ପର୍କୀୟ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର । ବର୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିନଥିବା ବେଳେ ଘଟଣାସ୍ଥଳରେ ବଡ଼ଚଣା ପୋଲିସ ର ତଦନ୍ତ ଜାରି ।