ରାୟଗଡ଼ା,୨୯/୩(ଡି.ଏଚ ବ୍ୟୁରୋ):-ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ରେଳଷ୍ଟେସନ ଛକ ନିକଟରେ ସ୍ଥାନୀୟ ପୋଲିସ ପକ୍ଷରୁ ଏକ କାର ରୁ ୬୬ କେ.ଜି ଓଜନର ଗଞ୍ଜେଇ ଜବତ ସହ ୩ ମାଫିଆ ଗିରଫ । ୩ ମାଫିଆ ହେଲେ ଛତିଶଗଡର ବିନୟ କୁମାର ୟାଦବ, ରାଇସିଂ ପୁରେ ଓ ଉତ୍ତରପ୍ରଦେଶର ରବି ତିୱାରୀ। ଏବଂ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୬ ଲକ୍ଷ ୬୦ ହଜାର ଟଙ୍କା ହେବ ବୋଲି ସୂଚନା l