ରାୟଗଡା,୨୮/୧୧(ଡ଼ି.ଏଚ ବ୍ୟୁରୋ):-ରାୟଗଡା ଜିଲ୍ଲା ପଦ୍ମପୁର ପୋଲିସ ପକ୍ଷରୁ ବିପୁଳ ପରିମାଣର ଗଞ୍ଜେଇ ଜବତ । ଖମ୍ବାରିଗୁଡା ଗ୍ରାମସ୍ଥିତ ଏକ ଘରେ ୩୫ କେଜି ଓ଼ଜ଼ନର ଗଞ୍ଜେଇ ଗଛିତ ଥିବାବେଳେ ପଦ୍ମପୁର ପୋଲିସର ଚଢଉ ବେଳେ ଗଞ୍ଜେଇ ଜବତ ସହ ୨ ଗିରଫ । ଗିରଫ ୨ ଅଭିଯୁକ୍ତ ହେଲେ ସ୍ଥାନୀୟ ଅଂଚଳର ହୋମଗାର୍ଡ ରମେଶ ବାହୁକ ଏବଂ ଗଞ୍ଜେଇ ବ୍ୟବସାୟୀ ଯୋନେଶ ମାଳି । ଏବଂ ଜବତ ଗଞ୍ଜେଇ ରଆନୁମାନିକ ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଟଙ୍କା ହେବା ବୋଲି ପୋଲିସ ସୂତ୍ରରୁ ପ୍ରକାଶ ।