ରାଉରକେଲା,୧୯/୧୦(ଡ଼ିଏଚ. ବ୍ୟୁରୋ):-ରାଉରକେଲା ନୂଆ ବସ ଷ୍ଟାଣ୍ଡ ନିକଟରେ ଜଣେ ୭ବର୍ଷର ଶିଶୁ ଉପରେ ମାଡ଼ିଗଲା କାର୍ । ଗୁରୁତର ଅବସ୍ଥାରେ କାର୍ ଚାଳକ ଶିଶୁକୁ ଚିକିତ୍ସା ନିମନ୍ତେ ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଛୁଆର ମୃତ୍ୟୁ ହୋଇଯାଇଥିବା ସୂଚନା । ତେବେ ଶିଶୁର ପରିବାର ଓ ସ୍ଥାନୀୟ ଲୋକେ କ୍ଷତି ପୁରଣ ବାବଦକୁ ୫ ଲକ୍ଷ ଟଙ୍କା ଦାବି କରିବା ସହ ଟାୟାର ଜାଳି ରାସ୍ତା ରୋକ କରିଥିଲେ । ଅନ୍ୟ ପଟେ ଦୁର୍ଘଟଣା ଘଟାଇଥିବା କାର୍ ଚାଳକଙ୍କ ଥାନାରେ ଆତ୍ମ ସମର୍ପଣ ।