ପୁରୁଷୋତ୍ତମପୁର ବଣିକ ସଙ୍ଗ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

279
ADVERTISEMENT

ବ୍ରହ୍ମପୁର,୩୧/୦୭(ସୁଦାମ ମହାରଣା): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ପୋଲିସ ର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ସ୍ଥାନୀୟ ବଡବଜାର ସ୍ଥିତ କପିଳେଶ୍ୱର ବଣିକ ସଙ୍ଗ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ପୁଲିସ ବିରୁଦ୍ଧରେ ୫ଦଫା ସମ୍ବଳିତ ଏକ ଅଭିଯୋଗ ପତ୍ର ମୁଖ୍ୟମନ୍ତ୍ରୀ,ପୋଲିସ ଡିଜି,୫ଟି ସଚିବ,ଗୃହବିଭାଗ ସଚିବ, ବ୍ରହ୍ମପୁର ଡିଆଇଜି, ଗଞ୍ଜାମ ଆରକ୍ଷୀ ଅଧିକାରୀ ପ୍ରଦାନ କରିଥିବା ସୂଚନା ଦେଇଛନ୍ତି । ବଣିକ ସଙ୍ଗ ପୁରୁଷୋତ୍ତମପୁର ଏସ୍ ଡି ପିଓଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ଏହି ଥାନାର ଦୁଇ ଜଣ କନେଷ୍ଟବଳ ଜନସାଧାରଣଙ୍କ ପ୍ରତି ଦୁର୍ବ୍ୟବହାର କରୁଥିବା ନେଇ ତୁରନ୍ତ ସେମାନଙ୍କ ପ୍ରତି ଦୃଢକାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବି କରିଛନ୍ତି । ନଚେତ ଆଗାମି ଦିନରେ ଦୋକାନ ବଜାର ବନ୍ଦ କରି ରାଜରାସ୍ତାକୁ ଓହ୍ଲାଇ ପାଇଁ ଚେତାବନୀ ଦେଇଥିଲେ । ସଙ୍ଗ ଆଣିଥିବା ଅଭିଯୋଗରେ ଜରିମାନା ଆଦାୟ, ଆକ୍ରୋଶ ମୂଳକ କାର୍ଯ୍ୟାନୁଷ୍ଠାନ, ବଟି ଆଦାୟକରିବା ,କୋଭିଡ୍ କଟକଣା ନା ଆରେ ବାଇକ୍, ଟ୍ରକ,ଟ୍ରାକ୍ଟର ଠାରୁ ଶୋଷଣ ଭଳି ଆଦି ଅଭିଯୋଗ କରିଥିଲେ । ପୁରୁଷୋତ୍ତମପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀ ସୂର୍ଯ୍ୟମଣି ପ୍ରଧାନଙ୍କୁ ବୁଝିବାରୁ ତଦନ୍ତ ପରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ । ସେହିପରି ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ବଣିକସଙ୍ଘ ଆଣିଥିବା ଅଭିଯୋଗ ମିଥ୍ୟା ବୋଲି କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ସମ୍ପାଦକ ତ୍ରିନାଥ ପଣ୍ଡା, ସଭାପତି ରବିନ୍ଦ୍ର ପାତ୍ର, ପୂର୍ବତନ ସଭାପତି ଲିଟୁନ ଦାଶ,ବିଶ୍ଵଜିତ୍ ପାଳ,ମୁନାପାତ୍ର ,ଜ୍ଞାନ ରଞ୍ଜନ ସାହୁ ପ୍ରମୁଖ ମଞ୍ଚାସିନ ରହିଥିବା ବେଳେ ବଣିକସଙ୍ଘର ବହୁ ସଦସ୍ୟ ଉପସ୍ଥିତ ରହିଥିଲେ ।

Advertisement