ଗ୍ରାମସଭାରେ ବୁଲିଲା ଟାଙ୍ଗିଆ : ଡ୍ରେନ୍ ସଫେଇକୁ ବିରୋଧ କରି ଯୁବକଙ୍କ ଆତଙ୍କରାଜ

234
ADVERTISEMENT

ଅନୁଗୁଳ,୨୯/୦୭(ଡ଼ି.ଏଚ/ବ୍ୟୁରୋ): ଅନୁଗୁଳ ଛେଣ୍ଡିପଦା ବେହେରା ସାହିରେ ରାସ୍ତା ମଝିରେ ବୁଲିଲା ଟାଙ୍ଗିଆ। ଗାଁ’ର ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଡେଙ୍ଗୁ ଆଉ ମ୍ୟାଲେରିଆ ନିରାକରଣ ପାଇଁ ଡ୍ରେନ ସଫେଇ କରୁଥିବା ବେଳେ ପ୍ରତିବାଦ କରି ଜଣେ ବ୍ୟକ୍ତି ଅସଭ୍ୟ ଭାଷାରେ ଗାଳିଗୁଲଜ କରି ଟାଙ୍ଗିଆ ବୁଲାଇଛନ୍ତି । ସୂଚନାନୁସାରେ, ଡ୍ରେନ ସଫା କରିବା ନିମନ୍ତେ ବ୍ଲକ ପ୍ରଶାସନ ପକ୍ଷରୁ ଅର୍ଥ ଯୋଗାଇ ଦିଆଯାଇଥିଲା । ସଫେଇ କାମକୁ ବିରୋଧ କରି ଗ୍ରାମର ସ୍ବରୁପ ସାହୁ ନାମକ ଜଣେ ବ୍ୟକ୍ତି ଘର ସମ୍ମୁଖରେ ସଫେଇ ଚାଲୁଥିବା ବେଳେ ମହିଳାମାନଙ୍କ ସହିତ ଯୁକ୍ତିତର୍କ କରିଥିଲେ । ପରେ ଉତକ୍ଷିପ୍ତ ହୋଇ ସ୍ବରୁପ ଘରୁ ଏକ ଟାଙ୍ଗିଆ ଆଣି ମହିଳା ମାନଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଗାଁ ମଝିରେ ଟାଙ୍ଗିଆ ବୁଲାଇଥିଲା । ଯାହା ଫଳରେ ମହିଳାମାନେ ଡ୍ରେନ ସଫେଇ କାର୍ଯ୍ୟକୁ ବନ୍ଦ କରିଥିଲେ । ଏହାପରେ ଗାଁରେ ସ୍ବରୂପ ସାହୁ ନାମରେ ଗ୍ରାମ ସଭା ହୋଇଥିଲା । ଏତିକିବେଳେ ପୁଣି ସେ ଟାଙ୍ଗିଆ ଆଣି ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ସଭା ମଧ୍ୟରେ ଟାଙ୍ଗିଆ ବୁଲାଇଥିଲା । ଶେଷରେ ଗ୍ରାମବାସୀ ଭୟଭୀତ ହେବା ସହିତ ୫୦ ରୁ ଉର୍ଦ୍ଧ ପୁରୁଷ ଓ ମହିଳା ତାକୁ ତୁରନ୍ତ ଗିରଫ କରିବା ଦାବିରେ ଛେଣ୍ଡିପଦା ଥାନାର ଦ୍ୱାରସ୍ଥ ହୋଇଥିଲେ । ପରେ ଛେଣ୍ଡିପଦା ପୋଲିସ ବେହେରା ସାହିକୁ ଯାଇ ସ୍ଵରୂପକୁ ଥାନାକୁ ଆଣି ପଚାରା ଉଚୁରା କରୁଛି।

Advertisement