ଶିମିଳିପାଳ ନିଆଁ ସମ୍ପର୍କରେ ରିପୋର୍ଟ ମାଗିଲେ ଜଙ୍ଗଲ ମନ୍ତ୍ରୀ

134
ADVERTISEMENT

ଭୁବନେଶ୍ୱର,୦୩/୦୩(ଡ଼ି.ଏଚ/ବ୍ୟୁରୋ): ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିବା ନେଇ ସକ୍ରିୟ ହୋଇଉଠିଛନ୍ତି ରାଜ୍ୟ ସରକାର । ରାଜ୍ୟ ଜଙ୍ଗଲ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି ଯେ ପିସିସିଏଫ (ବଣ୍ୟପ୍ରାଣୀ)ଙ୍କୁ ଶିମିଳିପାଳ ଗସ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସେ ଆଜି ଶିମିଳିପାଳ ଗସ୍ତ କରି ନିଆଁ ଲାଗିବାର କାରଣ ସମ୍ପର୍କରେ ତଦନ୍ତ କରିବେ । ଏହି ରିପୋର୍ଟ ମିଳିବା ପରେ ବିଭାଗ ପକ୍ଷରୁ ନିଆଁକୁ ଆୟତ୍ତ କରିବାକୁ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି । ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ଏହି ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଥିଲେ । ଏହି ଘଟଣା ସମ୍ପର୍କରେ ଅବଗତ ହେବା ପରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର। ସେ ଟୁଇଟ୍ କରି ଲେଖିଛନ୍ତି- ମୁଁ ଅଧିକାରୀଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମତେ ଜଣାଇବାକୁ ନିର୍ଦ୍ଦେଶ ଦେଇଛି।

Advertisement