ନୂଆଦିଲ୍ଲୀ, ,୬/୮ଏଜେନସି : ଜମ୍ମୁ- କଶ୍ମୀରରୁ ସମ୍ବିଧାନର ଧାରା ୩୭୦ର ଉଚ୍ଛେଦ ପରେ ଭାବବିହ୍ବଳ ହୋଇଉଠିଛନ୍ତି ଦେଶବାସୀ । ସବୁଠି ଶୁଭୁଛି ଅଖଣ୍ଡ ଭାରତର ଜୟଗାନ । କେନ୍ଦ୍ର ସରକାରଙ୍କ ଏହି ଐତିହାସିକ ପଦକ୍ଷେପ ରାଷ୍ଟ୍ରୀୟ ଏକତାକୁ ମଜବୁତ କରିବାରେ ସହାୟକ ହେବ ବୋଲି କହିଛନ୍ତି । ତେବେ ଅଧିକାଂଶ ୩୭୦ ଧାରା ଉଚ୍ଛେଦକୁ ନେଇ ପ୍ରଶଂସାରେ ଶତମୁଖ ହୋଇ ଉଠିଛନ୍ତି ।
ଆଜିର ଏହି ଐତିହାସିକ ନିର୍ଣ୍ଣୟ ଏକ ଦେଶ, ଏକ ଆଇନ, ଏକ ମୁଖ୍ୟ, ଏକ ଚିହ୍ନ ପାଇଁ ନିଜ ଜୀବନକୁ ବଳିଦାନ ଦେଇଥିବା ପରମପୂଜ୍ୟ ଡ. ଶ୍ୟାମ ପ୍ରସାଦ ମୁଖାର୍ଜୀ ଏବଂ ଦେଶକୁ ଯୋଡ଼ି ରଖିବା ପାଇଁ ବର୍ଷ ବର୍ଷ ଧରି ଜମ୍ମୁ କଶ୍ମୀରରେ ବଳିଦାନ ଦେଇଥିବା ଅଗଣିତ ଭୂମିପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀଯେଉଁ ସମସ୍ୟାର ସମାଧାନ ୭୦ ବର୍ଷ ଧରି ହୋଇପାରିନଥିଲା । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କରି ଦେଖାଇଛନ୍ତି । ଧାରା ୩୭୦ ଉଚ୍ଛେଦ ହେବା ପରେ କଶ୍ମୀରରେ ସନ୍ତ୍ରାସବାଦୀ କାର୍ଯ୍ୟକଳାପ ନିୟନ୍ତ୍ରଣ ହେବା ସହ ସେଠାକାର ଯୁବକଯୁବତୀଙ୍କୁ କର୍ମସଂସ୍ଥାନ ମିଳିବ । ବିଶେଷକରି ଲଦାଖ୍ ଅଞ୍ଚଳ କେନ୍ଦ୍ରଶାସିତ ଘୋଷଣା ହେବା ପରେ ସେଠାକୁ କେନ୍ଦ୍ର ସରକାରଙ୍କ ଶତପ୍ରତିଶତ ଅର୍ଥ ପହଞ୍ଚିବ । ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଭିନନ୍ଦନ ଜଣାଇବା ସହ ରାଜ୍ୟ ବିଜେପି ପକ୍ଷରୁ ଧନ୍ୟବାଦ ପ୍ରଦାନ କରାଯାଇଛି ।



















