ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହେରଫେର !

153
ADVERTISEMENT

ବଲାଙ୍ଗୀର,୨୮/୦୧/୨୧ (ସୁନୀଲ ତ୍ରିପାଠୀ) : କ୍ଷମତାର ଅପବ୍ୟବହାର କରି ନିଜର ଦୁଇ ସମ୍ପକୀୟ ନାମରେ ଦୁଇଟି ପ୍ରଧାନମନ୍ତ୍ରୀ ଆବାସ ଘର ହାତେଇ ଥିବା ବଲାଙ୍ଗୀର ସଦର ବ୍ଲକ ତଥା ଲୋଇସିଂହା ଥାନା ଅନ୍ତର୍ଗତ ମନହିରା ପଂଚାୟତର ସରପଞ୍ଚ ବଜ୍ର ପୁଟେଲଙ୍କୁ ମହାଙ୍ଗା ପଡିଛି l ସୂଚନା ଅନୁଯାଇ ସରପଞ୍ଚ ବଜ୍ର ପୁଟେଲଙ୍କ ଭଣଜା ହେମନ୍ତ ପୁଟେଲଙ୍କ ଘର ସୁବର୍ଣ୍ଣପୁର ଜିଲ୍ଲା ଦିଗଶିରା ଗାଁ ରେ l ତାଙ୍କ ନା ରେ 2017-2018 ବର୍ଷରେ କାର୍ଯ୍ୟଦେଶ ସଂଖ୍ୟା 5145 /06-12-2017 ତାରିଖରେ ପଧାନମନ୍ତ୍ରୀ ଆବାସ ଘର ଦିଆଯାଇଥିଲା l ଧାର୍ଯ୍ୟ ସମୟରେ ଘର କାମ ସାରିଥିବାରୁ ତାଙ୍କୁ ପ୍ରଶାସନ 20 ହଜାର ଟଙ୍କା ଦେଇଥିଲା l ଏହାପରେ ସରପଞ୍ଚଙ୍କ ବାପା ଡମନ ପୁଟେଲ ଙ୍କ ନାଁ ରେ ପ୍ରଧାନମନ୍ତ୍ରୀ ଆବାସ ଘର ଆବଣ୍ଟିତ କରାଯାଇଥିଲା l ଏହା ପ୍ରକାଶ ପାଇବା ପରେ ସାଧାରଣ ଜନତା ଅସନ୍ତୋଷ ପ୍ରକାଶ କଲେ l 2020 ଜାନୁୟାରୀ 20 ତାରିଖରେ ପାଟଣାଗଡ଼ରେ ଚାଲିଥିବା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିରରେ ପଞ୍ଚାୟତର ଲୋକେ ଲିଖିତ ଭାବେ ଜଣାଇଥିଲେ l ଏହି ଘଟଣାରେ ତତ୍କାଳୀନ ଜିଲ୍ଲାପାଳ ଅରିଦମ ଡାକୁଆ ଉପଜିଲ୍ଲାପାଳଙ୍କୁ ଘଟଣାର ତଦନ୍ତ ନିର୍ଦ୍ଧେଶ ଦେଇଥିଲେ l ଉପଜିଲ୍ଲାପାଳଙ୍କ ତଦନ୍ତ ରିପୋର୍ଟ ହସ୍ତଗତ ପରେ 2020 ଫେବୁୟାରୀ 29 ରେ ସେତେବେଳେ ଜିଲ୍ଲାପାଳ ସରପଞ୍ଚଙ୍କ ବିରୋଧରେ କାର୍ଯ୍ୟଅନୁଷ୍ଠାନ ପାଇଁ ପଞ୍ଚାୟତିରାଜ ନିର୍ଦେଶ ଅନୁସାରେ ଏହି କାର୍ଯ୍ୟଅନୁଷ୍ଠାନ ସୁପାରିଶ ନିଆଯାଇଛି l

Advertisement