ଟୋକନ ଅପେକ୍ଷାରେ ହତାଶ ଚାଷୀ

123
ADVERTISEMENT

ବଲାଙ୍ଗୀର,୨୨/୦୧/୨୧(ଡ଼ି.ଏଚ/ବ୍ୟୁରୋ) : ମଣ୍ଡିରେ ଧାନ ବିକିବା ଅପେକ୍ଷାରେ ବଲାଙ୍ଗୀର ଜିଲ୍ଲା ପୁଇଁତଳା ବ୍ଳକ୍ ବୁବେଲ ପଞ୍ଚାୟତ ଅଞ୍ଚଳର ୩୩ ଜଣ ଚାଷୀ ଟୋକନ ଅପେକ୍ଷାରେ ଦିନ ଗଣି ଗଣି ହତାଶ। ଅମଳ କରିବା ଆଗରୁ ଓ ମୃତ ଚାଷୀଙ୍କ ନୋମିନି ବଦଳା ଇତ୍ୟାଦି ବିଭିନ୍ନ କାରଣରୁ ଟୋକନ ଅବଧି ଶେଷ ହୋଇଥିବା ୩୩ ଚାଷୀ ଅନିଶ୍ଚିତତା ମଧ୍ୟରେ ହତାଶ । ଏହା କେବଳ ଗୋଟେ ପେକ୍ସର କହାଣୀ ନୁହେଁ ଜିଲ୍ଲାର ସବୁଠାରେ ଶୁଣାଯାଏ।ସମବାୟ ଓ ଯୋଗାଣ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ବାରମ୍ବାର ରାଜଧାନୀରେ ହୁଙ୍କାରୁଛନ୍ତି, ତଥ୍ୟ ଦେଉଛନ୍ତି ଏ ବର୍ଷ ଗତ ବର୍ଷ ତୁଳନାରେ ଅଧିକ ଧାନ କିଣାଯାଇଛି । ତାଲିକାର ଦ୍ବିତୀୟ ସ୍ଥାନରେ ବରଗଡ ପଛକୁ ବଲାଙ୍ଗୀର ଅଛି । ମାତ୍ର ମଣ୍ଡି ଓ ଚାଷୀ ଘରେ ପଡି ରହିଛି ହଜାର ହଜାର ବସ୍ତା । କିଏ ଟୋକନ୍ ଅପେକ୍ଷାରେ, କାର ଟୋକନ ଅବଧି ସରିଯିବାରୁ ଚାହିଁ ବସିଛି, ଅନେକ ମିଲରଙ୍କ ମଧ୍ୟ ଟାର୍ଗେଟ ପୂରି ଯାଇଛି । ଟୋକନ ଅବଧି ସରିଥିବା ତାଲିକା ପ୍ରସ୍ତୁତ କରାଯାଇଛି,ଭୁବନେଶ୍ବର ପଠାଯାଇଛି ଆସିବ ବୋଲି କେବଳ ପ୍ରତିଶୃତି ଓ ଭରସା ଯୋଗାଣ ବିଭିଗ ଦେଉଛି । ଅନ୍ୟପଟେ ପୂର୍ବତନ ସାଂସଦ ବିଜେଡି ନେତା କଳିକେଶ ସିଂଦେଓ ଚିଠି ଲେଖି ଜିଲ୍ଲା ଟାର୍ଗେଟ ବଢାଇବାକୁ ପତ୍ର ଲେଖିଛନ୍ତି। । ଜିଲ୍ଲା କୃଷକ କଂଗ୍ରେସ ପକ୍ଷରୁ ଆଜି ଧାରଣା ଓ ବିକ୍ଷୋଭ ଜିଲ୍ଲାପାଳ କାର୍ଯ୍ୟାଳୟ କରାଯାଇଛି। ଗତକାଲି ବିଜେପି ନେତୃତ୍ବରେ ସମ୍ବଲପୁର ଠାରେ ୩୭ଟି ନିର୍ବାଚନ ମଣ୍ଡଳିର ଚାଷୀ ଆରଡିସିଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ଶୀଘ୍ର ଟୋକନ ଅବଧି ବଢେଇବାକୁ ଦାବୀ ହେଉଛି ।

Advertisement