ବଲାଙ୍ଗୀର,୨୧/୦୧/୨୧(ସୁନୀଲ ତ୍ରିପାଠୀ) : ବଲାଙ୍ଗୀର ଜିଲ୍ଲା ବେସରକାରୀ ସ୍କୁଲ ସଂଘ ପକ୍ଷରୁ ବିଶିଷ୍ଟ ସମାଜସେବୀ ଓ ଶ୍ରମିକ ନେତା ସ୍ବର୍ଗତଃ ଲିଲିତ ନାୟକଙ୍କୁ ଭାବପୁର୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।ଏହି କାର୍ଯ୍ୟକ୍ରମରେ ସଂଘର ସଭାପତି ରବିଚନ୍ଦ୍ର ଜତଗାତା ଓ ସମ୍ପାଦକ ସୁରେନ୍ଦ୍ର ସାହୁଙ୍କ ନେତୃତ୍ୱରେ ସହରର ମହେଶ୍ୱରୀ ପୁବ୍ଲିକ ସ୍କୁଲ ଜ୍ଞାନବିହାର ଲିଟିଲ ହାର୍ଟ ସ୍କୁଲ ଭରତୀୟ ବିଦ୍ୟାନିକେଟନ ସମେତ ଅନେକ ବେସରକାରୀ ସ୍କୁଲର ସମସ୍ତ କର୍ମକର୍ତା ମାନେ ଏହି କାର୍ଯ୍ୟକ୍ରବମରେ ଯୋଗଦାନ କରି ଗଭୀର ଶୋକପ୍ରସ୍ଥାବ ରଖିଥିଲେ । ଏବଂ ଲଳିତ ନାୟକଙ୍କରର କ୍ୱର୍ମମୟ ଜୀବନ ଓ ତ୍ୟାଗମୟ ଜୀବନ ଉପରେ ଆଲୋକପାତ କରିଥିଲେ । ଆଗାମୀ ଦିନରେ ତାଙ୍କର ଚଲାପଥକୁ ପାଥେୟ କରି ଚାଲିବା ପାଇଁ ଶପଥ ନେଇଥିଲେ ।ସଂଘର ସଭାପତି ତାଙ୍କର ଜୀବନି ଉପରେ ଆଲୋକପାତ କରି ଗଭୀର ଶୋକବ୍ୟକ୍ତ କରିଥିଲେ । ପରିଶେଷରେ ସମ୍ପାଦକ ଧନ୍ୟବାଦ ଅର୍ପଣ କରିଥିଲେ ।
