ରାଜେନ୍ଦ୍ର କଲେଜର ନୂତନ କୂଳପତିଙ୍କର ଦାୟିତ୍ୱ ଗ୍ରହଣ

150
ADVERTISEMENT

ବଲାଙ୍ଗୀର,୨୧/୦୧/୨୧(ସୁନୀଲ ତ୍ରିପାଠୀ) : ଆଜି ପ୍ରଫେସର ଏନ ନାଗାରାଜୁ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ନୂତନ କୂଳପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି l ବିଶ୍ୱବିଦ୍ୟାଳୟର ୭୫ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟପାଳ ଶ୍ରୀ ଗଣେଶ ଜୀ ଲାଲ ଶୀଘ୍ର କୂଳପତି ନିଯୁକ୍ତି କରାଯିବ ବୋଲି କହିଥିଲେ ମଧ୍ୟ ବିଭିନ୍ନ ସମସ୍ୟା ଯୋଗୁଁ ଏହା ହୋଇପାରିନଥିଲା l ଗତ ଜୁଲାଇ ମାସରେ ଶ୍ରୀ ଦୀପକ କୁମାର ବେହେରା କୂଳପତି ଭାବରେ କିଛିମାସ ଦାୟିତ୍ୱରେ ରହିଥିଲେ l ଆଜି ନୂତନ କୂଳପତି ଭାବରେ ପ୍ରଫେସର ଏନ ନାଗାରାଜୁ ଦାୟିତ୍ୱ ଗ୍ରହଣ କରିଛନ୍ତି l ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକ ସୁମନ କୁମାର ନନ୍ଦଙ୍କ ନେତୃତ୍ୱରେ ଛତ୍ରମାନେ କଲେଜର ବିଭିନ୍ନ ଉନ୍ନତି ବିଷୟକୁ ନେଇ ଦୁଇଟି ଦାବିପତ୍ର ଦେଇଥିଲେ l ପ୍ରଫେସର ଏନ ନାଗାରାଜୁ ଶୀଘ୍ର ସବୁ ଉନ୍ନତିକରଣ କାମ ଆରମ୍ଭ କରିବେ ବୋଲି ପ୍ରତିଶୃତି ଦେଇଥିଲେ l

Advertisement