ସୋନପୁର,୨୧/୦୧/୨୧(ସୁନୀଲ ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଜିଲ୍ଳା କିଷାନ କଂଗ୍ରେସ ପକ୍ଷରୁ ଧାରଣା ଦିଆଯାଇଛି l କେନ୍ଦ୍ର ସରକାରଙ୍କ କଳା କୃଷି ଆଇନର ପ୍ରତ୍ୟାହାର କରିବା ଦାବୀ ଓ କୃଷକ ଆନ୍ଦୋଳନ କୁ ସମର୍ଥନ ଓ କେନ୍ଦ୍ର ବିଜେପି ଓ ରାଜ୍ୟ ବିଜେଡି ସରକାର ର ଚାଷୀ ମାରଣ ନୀତି ବିରୁଦ୍ଧରେ ଧାରଣା ଓ ପ୍ରତିବାଦ କରାଯାଇଛି l ଏହି ଧାରଣା ଓ ପ୍ରତିବାଦ କାର୍ଯ୍ୟକ୍ରମରେ ରାଜ୍ୟ କିଷାନ କଂଗ୍ରେସ ସଭାପତି ଅମିୟ ପଟ୍ଟନାୟକ , ଜିଲ୍ଲା କଂଗ୍ରେସ ସଭାପତି ଗୌରୀ ଶ୍ଯାମ ପଣ୍ଡା, ସୁଧୀର କୁମାର ପଣ୍ଡା, ଜିତେନ୍ଦ୍ର ପଟ୍ଟନାୟକ, ରାଜଗୋପାଲ ପାଣିଗ୍ରାହୀଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ରହିଛନ୍ତି l
