ଚୋରା କାଠ ଜବତ : ଦୁଇ ଗିରଫ

98
ADVERTISEMENT

ବଲାଙ୍ଗୀର,୨୧/୦୧/୨୧(ସୁନୀଲ ତ୍ରିପାଠୀ) : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଚନାବାହାଲ ଅଞ୍ଚଳ ଜଙ୍ଗଲରୁ ଏକ ଟ୍ରକ ଭର୍ତ୍ତି ମୁଲ୍ୟବାନ କାଠ ସମ୍ବଲପୁର ଚାଲାଣ ହେଉଥିଲା । ବିଶେଷ ସୁତ୍ରରୁ ଖବର ପାଇ ବଲାଙ୍ଗୀର ଡିଏଫଓଙ୍କ ନେତୃତ୍ୱରେ ବନ ବିଭାଗର ଏକ ଟିମ ବଲାଙ୍ଗୀର-ପାଟଣାଗଡ଼ ରାସ୍ତାରେ ଟ୍ରକକୁ ଅଟକାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ଟ୍ରକଟି ଦ୍ରୁତ ଗତିରେ ଚାଲିଯାଇଥିଲା । ଶେଷରେ ବନ ବିଭାଗ ସାଲେଭାଟା ଠାରେ ରାସ୍ତା ସିଲ କରି ଟ୍ରକକୁ ଅଟକାଇଥିଲେ । ସେଠାରେ ଚୋରା କାଠ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛନ୍ତି । ଜବତ କାଠର ମୂଲ୍ଯ ଆନୁମାନିକ ଛ’ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।

Advertisement