ସାମ୍ବାଦିକ ଭବନ ଠାରେ କୋସଲ ଯୁବ ସମନ୍ୱୟ ସମିତିର ଯୁବ ସମ୍ମିଳନୀ ଅନୁଷ୍ଠିତ

109
ADVERTISEMENT

ବଲାଙ୍ଗୀର,୧୭/୦୧/୨୧(ସୁନୀଲ ତ୍ରିପାଠୀ ) : ସ୍ୱତନ୍ତ୍ର କୋସଲ ରାଜ୍ୟ ଗଠନ, ସ୍ଥାନୀୟ ନିଯୁକ୍ତି ତଥା ଏ ଅଂଚଳର ବିଶ୍ୱବିଦ୍ୟାଳୟମାନଙ୍କ ଏ ଅଞ୍ଚଳର ଛାତ୍ର ମାନଙ୍କ ପାଇଁ ୮୦% ସ୍ଥାନ ସଂରକ୍ଷଣ ର ଦାବି ନେଇ ଆଜି ସ୍ଥାନୀୟ ବଲାଙ୍ଗିର ସାମ୍ବାଦିକ ଭବନ ଠାରେ କୋସଲ ଯୁବ ସମନ୍ୱୟ ସମିତି ତରଫରୁ ଏକ ଯୁବ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କୋସଲ ଯୁବ ସମନ୍ୱୟ ସମିତିର ରାଜ୍ୟ ସଂଯୋଜକ ରିଲୁ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ପ୍ରାରମ୍ଭରେ ବିନିକା ଅଂଚଳର କୋଶଲବାଦୀ ଯୁବନେତା ଗୋପାଳ ବାଗଙ୍କ ନିଧନରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା । ସମ୍ମିଳନୀକୁ ଉଦ୍‌ଘାଟିତ କରି କୋସଲ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ର ସ୍ୱତନ୍ତ୍ର କୋସଲ ପ୍ରଦେଶ ଆନ୍ଦୋଳନକୁ ନେତୃତ୍ୱ ଦେବାକୁ ଯୁବକମାନଙ୍କୁ ଆହ୍ୱାନ ଦେଇଥିଲେ । ଯୁବକମାନଙ୍କୁ ବିଭିନ୍ନ ରାଜନୈତିକ ଦଳର କାଳକବଳରୁ ରକ୍ଷା କରିକି ମାତୃଭୂମିର ମୁକ୍ତି ଆନ୍ଦୋଳନରେ ସଂଯୋଜିତ କରିବାକୁ ଆହ୍ୱାନ ଦେଇଥିଲେ । ପୁନର୍ଗଠିତ କମିଟିରେ ଡୋଳାମଣି ପ୍ରଧାନ ରାଜ୍ୟ ସଭାପତି, ଦୀପକ ରଥ, ରିଲୁ ରଥ କାର୍ଯ୍ୟକାରୀ ସଭାପତି, ବିନୋଦ କାଲସାଏ ଓ ଘନଶ୍ୟାମ ବାଂଜି ଉପସଭାପତି, ଦିପକ ଦେବତା ଓ ଅଚ୍ୟୁତ ସିପୁନ ଖମାରୀ ସାଧାରଣ ସଂପାଦକ, ନିତିନ ପ୍ରଧାନ, ଗିରିରାଜ ଭୋଇ, ହିତାଂଶୁ ସାହୁ, ଗୋପାଳ କୁମ୍ଭାର, ଲରେନ୍‌ସ ପ୍ରଧାନ, ଇଂ ଉମାକାନ୍ତ ବେହେରା, ମନୋଜ ରାଉଡିଆ, ଡିଲେଶ୍ୱର ନାଗ ସଂଗଠନ ସଂପାଦକ, ବନମାଲି ନାଏକ କୋଷାଧ୍ୟକ୍ଷ ହିସାବରେ ନିର୍ବାଚିତ ହୋଇଥିଲେ । ଏହି କମିଟିକୁ ରାଜ୍ୟ କାର୍ଯ୍ୟକାରୀ କମିଟିକୁ ପରିବର୍ଦ୍ଦିତ କରିବାକୁ ଦାୟିତ୍ୱ ପ୍ରଦାନ କରାଗଲା । କୋସଲ ଆନ୍ଦୋଳନକୁ ଅଧିକ ଶାଣିତ କରିବାକୁ ଆଗାମୀ ଫେବୃୟାରୀ ମାସରୁ ୫ଟି ପର୍ଯ୍ୟାୟରେ କୋସଲ ଯୁବ ଜାଗରଣ ଯାତ୍ରା କରାଯିବାକୁ ନିଷ୍ପତ୍ତି କରାଯାଇଛି । ଏହି ସମ୍ମିଳନୀକୁ ବରିଷ୍ଠ କୋସଲବାଦୀ ସଂଗଠକ ମନୋରଂଜନ ସାହୁ, ଶରତ ହୋତା, ରବି ଶଙ୍କର ମିଶ୍ର, ରଣରାଜ ସିଂଦେଓ, ପ୍ରଭାସ ମିଶ୍ର, ପ୍ରାଣଶଙ୍କର ରାଉତ ପ୍ରମୁଖ ଅଭିନନ୍ଦନ ଜଣାଇଥିଲେ ।

Advertisement