ପାଟଣାଗଡ,୧୭/୦୧/୨୧(ସୁନୀଲ ତ୍ରିପାଠୀ) : ଗତ ୧୪/୦୧/୨୦୨୧ ରେ ପାଟଣାଗଡ଼ ଡାକ୍ତରଖାନା ରେ ଶ୍ରୀମତୀ ସୁରମା ପଟେଲ ୩୮ ବର୍ଷ ବୟସରେ ସ୍ବର୍ଗବାସ କରିଥିଲେ । ସେ ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଦଲଦଲି ଗ୍ରାମରେ ଜନ୍ମଗ୍ରହଣ କରି ଲୋଇସିହା ବ୍ଲକ ଅନ୍ତର୍ଗତ ବଞ୍ଜାରି ଗାଁର ହରେକୃଷ୍ଣ ପଟେଲଙ୍କ ହାତ ଧରିଥିଲେ । ବିବାହ ପରେ ସେ ନିଜ ସ୍ଵାମୀଙ୍କୁ ନିଜେ ମରିଯିବା ପରେ ନିଜର ଆଖି ଆଉ କୀଡ଼ନୀ ଦାନ କରିଦେବା ପାଇଁ କହିଥିଲେ । ଘରେ ତାଙ୍କର ୧୫ ବର୍ଷ ର ଏକ ଝିଅ , ଅଛନ୍ତି । ସୁରମାଙ୍କ ପରଲୋକ ପରେ ତାଙ୍କ ପରିବାର ଲୋକେ L.V PRASAD INSTITUTE , BHUBANESWAR ସହ ସମ୍ପର୍କ କରି ଦୃଷ୍ଟି ଦାନ ଚକ୍ଷୁବ୍ୟାଙ୍କକୁ ତାଙ୍କର ଚକ୍ଷୁ ଦାନ କରିଥିଲେ । କିନ୍ତୁ ଦୁଃଖର ବିଷୟ ଏହା କି ସେ ଚାହିଁଥିଲେ ମଧ୍ୟ ବଲାଙ୍ଗୀରରେ କୀଡ଼ନୀ ଦାନର ସୁବିଧା ହୋଇ ପାରିନଥିଲା କି ସମ୍ପର୍କ କରି ପାରିନଥିଲେ ତେଣୁ କୀଡ଼ନୀ ଦାନ କରାଯାଇ ପାରିନଥିଲା । ସମ୍ପର୍କ କରିବା ପରେ ଡା: ନିହାରିକା ମହାପାତ୍ର ଆସି ତାଙ୍କର ଚକ୍ଷୁ ବାହାର କରିଥିଲେ ଏବଂ ଚକ୍ଷୁ ବ୍ୟାଙ୍କକୁ ପଠାଇ ଦିଆଯାଇଥିଲା ।