ବଲାଙ୍ଗୀର,୧୦/୦୧/୨୧(ସୁନୀଲ ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକର ବାଲିଖମାର। ଏହି ପଞ୍ଚାୟତର ଗାଁ ର କଲରା ମୁହାଣ । ଏଠି ରହନ୍ତି ଜଣେ ଦିବ୍ୟଙ୍ଗ ଚୁମୁକି,ବୟସ୨୩ବର୍ଷ । ଆଗରୁ ସୁସ୍ଥ ଥିଲେ ଓ ଚଳପ୍ରଚଳ କରି ପାରୁଥିଲେ । ଭଲ ନମ୍ବର ରଖି ମାଟ୍ରିକ ପାସ କରିଛନ୍ତି । କିନ୍ତୁ କଣ ହେଲା କେଜାଣି ଧିରେଧିରେ ସେ ଅସୁସ୍ଥ ହୋଇ ପଡିଲେ,ବିଭିନ୍ନ ଜାଗାକୁ ଯାଇ ବାପା ଚିକିତ୍ସା ବି କରାଇଲେ କିଛି ସୁଫଳ ମିଳିନାହିଁ । ନିରାଶ ହେଇ ରୋଗିଣା ଝିଅକୁ ଘରେ ରଖିଲେ, କାରଣ ବାଧକ ଥିଲା ଅର୍ଥ । ସ୍ଵଳ୍ପ ରୋଜଗାରରେ ଝିଅର ଚିକିତ୍ସା କରିବେ ନା ପରିବାର ପ୍ରତିପୋଷଣ କରିବେ । ଶେଷରେ ଆସିଥିଲେ ଜିଲ୍ଲାପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ କିଛି ସହାୟତା ପାଇବା ଆଶାରେ । ତାହାବି ହେଲାନି । ବିକଳ ନିରାଶ ମନରେ ଫେରିବାକୁ ବାଧ୍ୟ ହେଲେ । ଏବେ ସେ ସମ୍ପୂର୍ଣ ପଙ୍ଗୁ,ଗୋଡ଼ ଯୋଡ଼ାକ ଅକାମୀ ହୋଇଯାଇଛି । ଅନ୍ୟର ଭରସାରେ ସେ ନିତ୍ୟକାର୍ମବି କରନ୍ତି । ଏଠି ପ୍ରଶ୍ନ ଉଠୁଚି ଏ ବ୍ୟବସ୍ଥା କଣ ପାଇଁ,ଜଣେ ସହାୟତା ଆଶାରେ ଆସିବ,ବଡ଼ବଡ଼ କାର୍ଯ୍ୟକର୍ତ୍ତାଙ୍କୁ ଭେଟିବା ପାଇଁ । ହଇରାଣ ହେଲା ପରେ ଫେରିବ । ଏଥିପାଇଁ ଦାୟୀ କିଏ ? ସରକାରୀ କଳର ଅବ୍ୟବସ୍ଥା ନା ହିତାଧିକାରୀ ।