କୋଭିଡ -୧୯ ଭ୍ୟାକସିନ ନିୟମାବଳୀ ଓ ମଶାରୀ ବଣ୍ଟନ ସମ୍ବନ୍ଧେ ବ୍ଲକ ସ୍ତରୀୟ ବୈଠକ ଅନୁଷ୍ଠିତ

91
ADVERTISEMENT

ପାରଳାଖେମୁଣ୍ଡି,୦୯/୦୧/୨୧(ପ୍ରଭାତ କୁମାର ପାତ୍ର): କୋରନା ମହାମାରୀକୁ ନେଇ ସାରା ବିଶ୍ବରେ ଦେଖାଦେଇଥିବା ଆତଙ୍କର ମୁକାବିଲା ପାଇଁ ସରକାରଙ୍କ ପ୍ରସ୍ତୁତି ଓ ନିର୍ଦେଶ ପ୍ରକାରେ କାଶୀନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସଭା ଗୃହ ଠାରେ ଆଗାମୀ ଦିନରେ କୋଭିଡ -୧୯ ଭ୍ୟାକସିନ ଦିଆଯିବା ନେଇ ବ୍ଲକ ସ୍ତରୀୟ ଟାକ୍ସଫୋର୍ସ ବୈଠକ ସ୍ଥାନୀୟ ବିଡିଓ ସିମାଞ୍ଚଳ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସ୍ୱାସ୍ଥ୍ୟ କେନ୍ଦ୍ରର ଭାର ପ୍ରାପ୍ତ ଅଧିକାରୀ ପାର୍ଥ ସାରଥି ବେହେରା ଭ୍ୟାକସିନ ଦିଆଯିବାର ନିୟମାବଳୀର ସୂଚନା ଦେବା ସହ ଏନଏସି ଓ ବ୍ଲକର ସମସ୍ତ ପରିବାରକୁ ମଶାରୀ ବଣ୍ଟନ ସମ୍ବନ୍ଧେ ଉପଯୁକ୍ତ ସୂଚାରୁ ରୂପେ ବଣ୍ଟନ ନେଇ ବୈଠକରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ସ୍ଥାନୀୟ ତହସିଲଦାର ଶାନ୍ତି ସ୍ୱରୂପ ମିଶ୍ର,କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟ ସମ୍ପୂର୍ଣା ରାଉତ ,ସିଡିପିଓ କନକ ଲତା ପୂଜାରୀ ,ଆଇଆଇସି ଅଶୋକ କୁମାର ହାନ୍ସଦା ବିଇଓ ହୃଷୀକେଶ ବିଶ୍ଵାଳ ,ଏବିଡିଓ ରାଜେନ୍ଦ୍ର ପ୍ରସାଦ ପଣ୍ଡା ,ପ୍ରମୁଖ ଯୋଗ ଦେଇଥିଲେ । ଏହି ବୈଠକରେ ପୋଲିଓ ଟୀକା ସମ୍ବନ୍ଧରେ ମଧ୍ୟ ଆଲୋଚନା କରାଯାଇଥିଲା । ସମସ୍ତ ସାମ୍ବାଦିକ ,ସେବା ଏନଜିଓ ର ସମ୍ପାଦକ କେ ରାମାରାଓ ,ଇଶ୍ଵରୀ ଆମ୍ମା ପ୍ରମୁଖ ଯୋଗ ଦେଇଥିଲେ । ବିଇଇ ସଞ୍ଜୁକ୍ତା ଜେନା ସ୍ଵାଗତ ଭାଷଣ ଦେଇଥିବା ବେଳେ ଈଶ୍ଵରୀ ଆମ୍ମା ଧନ୍ୟବାଦ ଅର୍ପଣ କରିଥିଲେ ।

Advertisement