ବଲାଙ୍ଗୀର,୦୮/୦୧/୨୧(ସୁନୀଲ ତ୍ରିପାଠୀ) : ବଲାଙ୍ଗୀର ଜିଲ୍ଲାର ଦେଓଗାଁ ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ମାଗଣା ଯୋଗ ଶିକ୍ଷାଶିବିର ଗତ୦୪/୦୧ତାରିଖରେ ଉଦଘାଟିତ ହେଇଯାଇଛି । ଉଦଘାଟନ ସମୟରେ ରାମଚନ୍ଦ୍ରପୁର ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ଗୌର ଚନ୍ଦନ,ଦେଓଗାଁ ବ୍ଲକ ବିଇଓ ଶ୍ରୀଯୁକ୍ତ ସଂକୀର୍ତ୍ତନ ବାଗ, ଯୋଗ ପ୍ରଶିକ୍ଷକ ଅମ୍ବରିସ ଷଡଙ୍ଗୀ, ରାମଚନ୍ଦ୍ରପୁର ଗ୍ରାମର ଆଶା କର୍ମୀ ଶ୍ରୀମତୀ କମଳା ପଟେଲ,ଦେଓଗାଁ ବ୍ଲକ ୧୨ ନମ୍ବର ଜୋନ ର ଜିଲ୍ଲା ପରିଷଦ ପ୍ରତିନିଧି ଶ୍ରୀଯୁକ୍ତ ମନୋଜ ପଟେଲ , ରାମଚନ୍ଦ୍ରପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଆୟୁଷ ଡାକ୍ତର ଶ୍ରୀଯୁକ୍ତ ଲଳିତ ସାହୁ ଓ ରାମଚନ୍ଦ୍ରପୁର ର ଅନ୍ୟାନ୍ୟ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ । ଏବେ ସପ୍ତାହର ପ୍ରତି ସୋମବାର ଓ ମଙ୍ଗଳବାର ଦିନ ସକାଳ ୭ଟା ସମୟରେ ରାମଚନ୍ଦ୍ରପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହି ମାଗଣା ଯୋଗ ଶିକ୍ଷା ଅନୁଷ୍ଠିତ ହେବ ।
