ଯୁବକଙ୍କୁ ସଙ୍ଗବଦ୍ଧ ଭାବେ ମରଣାତ୍ମକ ଆକ୍ରମଣ

122
ADVERTISEMENT

ବଲାଙ୍ଗୀର,୦୫/୦୧/୨୧(ସୁନୀଲ ତ୍ରିପାଠୀ) : ବଲାଙ୍ଗୀର ଜିଲ୍ଲା ସଦର ଥାନା ଅନ୍ତର୍ଗତ ମାଙ୍କଡ଼ଚୁଆଁ ଗ୍ରାମର ଜଣେ ଯୁବକଙ୍କୁ ସଙ୍ଗବଦ୍ଧ ଭାବରେ ମରଣାନ୍ତକ ଆକ୍ରମଣ ହୋଇଛି l ଘଟଣାରେ ବିଜେଡି ଯୁବ ନେତା ତଥା ସ୍ଥାନୀୟ ସରପଞ୍ଚ ରାଜେନ୍ଦ୍ର ହୋତାଙ୍କ ନାଁ ମଧ୍ୟ ସାମ୍ନାକୁ ଆସୁଛି l ସୂଚନାନୁସାରେ ଗ୍ରାମର ଶ୍ରୀକର ମିର୍ଦ୍ଧା ନାମକ ଯୁବକଙ୍କୁ ୦୧ତାରିଖରେ ଗ୍ରାମର କିଛି ଯୁବକ ଆକ୍ରମଣ କରିଥିଲେ l ଯୁବକଙ୍କ ପରିବାରବର୍ଗ ଥାନାରେ ଏତେଲା ଦେବା ପରେ ଗାଁ ର ସରପଞ୍ଚ ତଥା ଜିଲ୍ଲା ବିଜେଡି ସଭାପତି ଯୁବକଙ୍କ ପରିବାରକୁ ଧମକ ଦେଇଥିଲେ l ଗତକାଲି ଯୁବକଙ୍କୁ ଗ୍ରାମବାସୀ ଜଙ୍ଗଲରୁ ମୁମୂର୍ଶୁ ଅବସ୍ଥାରେ ଉଦ୍ଧାର କରି ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି l ବଲାଙ୍ଗୀର ବିଧାୟକ ଶ୍ରୀ ନରସିଂହ ମିଶ୍ର ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି l

Advertisement