ପୋଖରୀରୁ ଯୁବକର ମୃତ ଦେହ ଉଦ୍ଧାର

121
ADVERTISEMENT

ବଲାଙ୍ଗୀର,୩/୧,(ସୁନୀଲ ତ୍ରିପାଠୀ) : ବଲାଙ୍ଗୀର ଜିଲ୍ଲା ସଦର ଥାନା ଅନ୍ତର୍ଗତ ସିନ୍ଦୁର ବାହାଲ ଗ୍ରାମର ସୁଶାନ୍ତ ପୋଢ଼ ନାମକ ଜଣେ ଯୁବକଙ୍କ ଗତ ୩୧ ତାରିଖ ସନ୍ଧ୍ୟାରୁ ନିଖୋଜ ଥିଲେ l ଗତକାଲି ଗାଁର ପୋଖରୀ ପାହାଚରେ ସୁଶାନ୍ତଙ୍କ ଚପଲ ଓ ଜ୍ୟାକେଟ ପଡ଼ିଥିବା ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ ଗ୍ରାମବାସୀ l ପୋଲିସ ସାଇଣ୍ଟିଫିକ ଟିମ ଓ ସନ୍ଧନୀ କୁକୁର ନେଇ ଘଟଣାସ୍ଥଳରେ ପହଞ୍ଚି ସନ୍ଧାନ ଆରମ୍ଭ କରିଥିଲେ l ଏହାପରେ ଓଡ୍ରାଫ ଟିମ ପହଞ୍ଚି ଅନେକ ଖୋଜାଖୋଜି ପରେ ସୁଶାନ୍ତଙ୍କ ମୃତଦେହ ଉଦ୍ଧାର ହୋଇଥିଲା l

Advertisement