ବଲାଙ୍ଗୀର,୩୧/୧୨(ସୁନୀଲ ତ୍ରିପାଠୀ) : ରାଜ୍ୟ ସରକାର ଯୋଜନା କରୁଛନ୍ତି ଯେ ଆଗାମୀ ଫେବୃୟାରୀ ମାସ ଶେଷ ସୁଦ୍ଧା ବଲାଙ୍ଗୀର ସମେତ ଓଡିଶାର ୨ଟି ଜିଲ୍ଲାରେ ସମସ୍ତ ପ୍ରକାର ଦେୟ ଡିଜିଟାଲ୍ ମୋଡ୍ ରେ ହେବ । ଜିଲ୍ଲାର ସମସ୍ତ ସରକାରୀ ଦେୟ ସହିତ ସ୍କୂଲ କଲେଜ ଆଦିର ଫି ‘ ମଧ୍ୟ ଡିଜିଟାଲ୍ ମୋଡ୍ ରେ ଗ୍ରହଣ କରାଯିବ ।
ଜିଲ୍ଲାର ନେଟୱାର୍କ ସ୍ଥିତିରେ ଅଧିକ ସୁଧାର ଆଣିବା ପାଇଁ ବି ଏସ ଏନ ଏଲ’ ଜିଓ ଏଆରଟେଲ ଆଦି ଟେଲିକମ୍ କଂପାନୀକୁ ଅନୁରୋଧ କରିଛନ୍ତି ସରକାର । ଏଥିପାଇଁ ନାବାର୍ଡ ଏବଂ ଆରବିଆଇର ସହାୟତାରେ ଆର୍ଥିକ ସାକ୍ଷରତା କରାଯିବ ।ସବୁ ଗ୍ରାମରେ ତଥା ଅଂଚଳରେ ବ୍ଯାଙ୍କ ସେବା ଏଯାଏଁ ହୋଇପାରି ନାହିଁ । ଜିଲ୍ଲାର ପାହାଡିଆ ତଥା ଉପାନ୍ତ ଅଂଚଳରେ ଭଲ ରୂପେ ନେଟୱାର୍କ ମିଳିପାରୁ ନାହିଁ । ଅନେକ ସମୟରେ ଲିଙ୍କ ଫେଲ୍ ପରି ସମସ୍ୟା ଦେଖାଯାଉଛି । ପୁଣି ବିଭିନ୍ନ ବିଭାଗର ଅସାଧୁ କର୍ମଚାରୀ ସରକାରୀ ନୀତି ନିୟମର ଜଟିଳତାର ଭୟ ଦେଖାଇ ଦୁର୍ବଳ ଓ ଅଳ୍ପ ଶିକ୍ଷିତ ଲୋକଙ୍କ ଠାରୁ ନଗଦ ଲାଞ୍ଚ କାରବାର କରୁଛନ୍ତି । ଏପରି ଗୁଡାଏ ଜଟିଳତାକୁ ଦୂର କରିବା ପାଇଁ ସରକାରଙ୍କ ଶତ ପ୍ରତିଶତ ଡିଜିଟାଲ୍ କାରବାର ଯୋଜନା ପ୍ରାରମ୍ଭ ।