ବଲାଙ୍ଗୀର,୨୮/୧୨(ସୁନୀଲ ତ୍ରିପାଠୀ) : ସୋନପୁର ସହରର ଭାଗବତି ପ୍ଳଟ ଠାରେ ରହିଥିବା ହନୁମାନ ମନ୍ଦିର ଦାନ ବାକ୍ସରୁ ତାଲା ଭାଙ୍ଗି ଚୋରି ହୋଇଥିବା ଜଣାପଡିଛି l ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଘଟଣା ନେଇ ଥାନାରେ ଅଭିଯୋଗ ହୋଇ ନ ଥିବା ସୂଚନା ମିଳିଛି l ଅଞ୍ଚଳରେ ରହୁଥିବା ଅଧିବାସୀମାନଙ୍କର କହିବା ଅନୁସାରେ ସନ୍ଧ୍ୟା ହେବା ମାତ୍ରେ ଏହି ଅଞ୍ଚଳରେ ଅସାଧୁ ବ୍ୟକ୍ତି ମାନଙ୍କର ଆଡ୍ଡାସ୍ଥଳୀ ପାଲଟିଛି ବୋଲି ଅଭିଯୋଗ ହେଉଛି l
।