ବଲାଙ୍ଗୀର,୨୮/୧୨(ସୁନୀଲ ତ୍ରିପାଠୀ) :୨୩ ଡ଼ିସେମ୍ବର ୨୦୨୦ ତାରିଖରୁ କୋଭିଡ୍ କଟକଣା ନିୟମ ପାଳନ ସହିତ “ମେହେର ଯୁବ ପରିଷଦ ମହାଲକ୍ଷ୍ମୀ ପୂଜା କମିଟି,ପାଟଣାଗଡ଼” ଆନୁକୂଲ୍ୟରେ ପାଟଣାଗଡ଼ର ପ୍ରସିଦ୍ଧ ମହାଲକ୍ଷ୍ମୀ ପୂଜା ଆରମ୍ଭ ହେଇଯାଇଛି । ୨୩.୧୨.୨୦୨୦ ତାରିଖରେ ସାମାଜିକ ଦୂରତ୍ୱ ବଜାୟ ରଖି ଓ ମାସ୍କ ପରିଧାନ କରି କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ପୂଜା ୨୯ ଡିସେମ୍ବର ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଅନ୍ୟ ବର୍ଷ ପ୍ରବଳ ଭିଡ ହେଉଥିବା ବେଳେ ଏହିବର୍ଷ କୋଭିଡ କଟକଣା ଯୋଗୁଁ ଭକ୍ତଙ୍କ ଭିଡ଼ ହ୍ରାସ ପାଇଛି । ଠିକ ସେଭଳି ମିନାବଜାର ଏହାର ମୁଖ୍ୟ ଆକର୍ଷଣ ପାଲଟିଥାଏ । କିନ୍ତୁ କୋଭିଡ କଟକଣା ଯୋଗୁଁ ମିନାବଜାରକୁ ମଧ୍ୟ ଏଥର ବାଦ ଦିଆଯାଇଛି ।