ଅସହାୟ ଅବସ୍ଥାରେ ଗୋଟିଏ ପରିବାର

118
ADVERTISEMENT

ବଲାଙ୍ଗୀର,୨୪/୧୨(ସୁନୀଲ ତ୍ରିପାଠୀ) :ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ ହୀରାପୁର ପଞ୍ଚାୟତର ଖଗେଶ୍ୱର ପଧାନ ଓ ତାଙ୍କ ପରିବାରର ଅସହାୟ ଅବସ୍ଥାରେ ଦିନ ବିତୁଛି ଏକ ଭଙ୍ଗା ଘରେ l ଦୀର୍ଘଦିନରୁ ସେମାନଙ୍କୁ ଆବାସ ଯୋଜନାରେ ସାମିଲ କରିବାକୁ ପ୍ରଶାସନକୁ ଲିଖିତ ଜଣାଇ ଆସୁଥିଲେ ମଧ୍ୟ ସଫଳତା ମିଳିପାରୁନି l ସେ ପ୍ରକାଶ କରୁଛନ୍ତି ତାଙ୍କର ମାଟି ଖପର ଘରର ଅନେକ ଅଂଶ ଭାଙ୍ଗିଯାଇଛି ଘରର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନ ଥିବାରୁ ଖଗେଶ୍ୱର ପଧାନ ଘରର ମରାମତି କରିପାରୁନାହାନ୍ତି ଫଳରେ ଅତି ଦୟନୀୟ ଅବସ୍ଥାରେ ଭଙ୍ଗା ଘରେ ରହି ଆସୁଛନ୍ତି l

Advertisement