ଭୂମିକାର ବାର୍ଷିକ ଅଧିବେଶନ ଅନୁଷ୍ଠିତ

105
ADVERTISEMENT

ବଲାଙ୍ଗୀର,୨୨/୧୨(ସୁନୀଲ ତ୍ରିପାଠୀ) : ବଲାଙ୍ଗୀରର ବିଶିଷ୍ଟ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଭୂମିକାର ବାର୍ଷିକ ଅଧିବେଶନ ସ୍ଥାନୀୟ ଚନ୍ଦନଭାଟି ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅଧିବେଶନରେ ଆଗାମୀ ଦିନରେ ବନୀ କରଣ, ରକ୍ତଦାନ, ଚିତ୍ରାଙ୍କନ, ନାଟ୍ଯକର୍ମଶାଳା ପରି କାର୍ଯ୍ଯକ୍ରମକୁ କରୋନା କଟକଣା ପାଳନ ପୂର୍ବକ କରିବାକୁ ସ୍ଥିର କରାଗଲା । ଆଗାମୀ ୨୦୨୧ ବର୍ଷପାଇଁ ଅନୁଷ୍ଠାନର କର୍ମକର୍ତ୍ତା ରୂପେ ଚଳିତ ବର୍ଷର ସମସ୍ତ କର୍ମକର୍ତାଙ୍କୁ ସର୍ବ ସମ୍ମତି ଭାବରେ ପୁଣି ମନୋନୀତ କରାଯାଇଛି । ନୟନ ମହାନ୍ତି (ସଭାପତି) ବ୍ଯାସଦେବ ନନ୍ଦ (ଉପ ସଭାପତି) ବୀରେନ୍ଦ୍ର ବନଛୋର (ସାଧାରଣ ସଂପାଦକ) ଜିତେନ୍ଦ୍ରୀୟ ଷଡଙ୍ଗୀ (ସହ ସଂପାଦକ) ଚିତ୍ତ ରଞ୍ଜନ ଦାଶ (କୋଷାଧ୍ୟକ୍ଷ) ଶକ୍ତି ଦତ୍ତ ମିଶ୍ର (ସଂଯୋଜକ) ଧର୍ମେନ୍ଦ୍ର ପ୍ରସାଦ ନନ୍ଦ (ଜନ ସଂପର୍କ ଅଧିକାରୀ) । ପ୍ରଫେସର ମଧୁସୂଦନ ପତି ଓ ନାଟ୍ଯଭୂଷଣ ଜଗଦା ନନ୍ଦ ଛୁରିଆଙ୍କୁ ଉପଦେଷ୍ଟା ରୂପେ ରହିବାକୁ ଅନୁରୋଧ କରାଯିବାକୁ ସ୍ଥିର ହୋଇଥିଲା । ଚଳିତ ବର୍ଷ କରୋନା ସଂକ୍ରମଣ କାରଣରୁ ମଠଖାଇ ମହୋତ୍ସବକୁ ସ୍ଥଗିତ କରିବା ପାଇଁ ନିଷ୍ପତ୍ତି ହୋଇଥିଲା ।

Advertisement