ବଲାଙ୍ଗୀର,୨୦/୧୨(ସୁନୀଲ ତ୍ରିପାଠୀ) :ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଅଞ୍ଚଳର ଡୁମେରଚୁଆ ଡେମରୁ ଆଜି ଗୋଟିଏ ହାତୀ ଛୁଆର ମୃତ ଦେହକୁ ବନ ବିଭାଗ ତରଫରୁ ଉଦ୍ଧାର କରାଯାଇଛି । ଏହି ହାତୀ ଛୁଆଟି ଏଠାରେ ଆପେ ଖସି ପଡିଛି କି ଏହାକୁ ଶୀକାର କରାଯାଇଛି ତାହାକୁ ବନ ବିଭାଗ ଦ୍ୱାରା ତଦନ୍ତ ଜାରି ରହିଛି । ସୂଚନା ଯୋଗ୍ୟ ଯେ କିଛି ଦିନ ତଳେ ନୂଆପଡା ଜିଲ୍ଲାରୁ ଏକ ହାତୀ ପଲ ବଲାଙ୍ଗୀର ଜିଲ୍ଲା ତୁରେକେଲା ଅଂଚଳକୁ ଆସି ବିଭିନ୍ନ ସ୍ଥାନରେ ଉପଦ୍ରବ କରୁଥିଲେ । ଫଳରେ ବନ ବିଭାଗ ଓ ସ୍ଥାନୀୟ ଲୋକେ ହାତୀଙ୍କୁ ଘଉଡାଇଥିଲେ । ଏହି ଦଳରୁ ଗୋଟିଏ ହାତୀ ଛୁଆର ଏଠାରେ ମୃତ୍ୟୁ ହୋଇଛି ବୋଲି ଅନୁମାନ କରାଯାଉଛି ।