ବଲାଙ୍ଗୀର,୧୯/୧୨,(ସୁନୀଲ ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ରେଆର ର ୨୪ ତମ ବାର୍ଷିକ ବୈଠକ ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ସଭା ଗୃହରେ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଜିଲ୍ଲାର ତିନୋଟି ବ୍ଲକ ରେ ପ୍ରଚାର ଓ ପ୍ରସାର ପାଇଁ ଖାଦ୍ୟ ସୁରକ୍ଷା ରଥ କୁ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାସ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ପରେ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ପ୍ରଥମେ ଅନୁଷ୍ଠାନର କେତେକ ସଦସ୍ଯ ଦେହାନ୍ତ ହୋଇଥିବାରୁ ସେମାନଙ୍କ ପାଇଁ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା l ପରେ ରେଆର ଦ୍ଵାରା ପରିଚାଳିତ ଲୋକ ମାନଙ୍କ ପାଇଁ ଦିଆଯାଉଥିବା ବିଭିନ୍ନ ସେବା ଉପରେ ଆଲୋଚନା ହୋଇଥିଲା l ଏହା ପରେ ନୂତନ କର୍ମକର୍ତ୍ତା ନିର୍ବାଚନ ଓ ନୂତନ ବୋର୍ଡ଼ ମେମ୍ବର ଚୟନ କରାଯାଇଥିଲା l ଉପ ସଭାପତି ପଦ୍ମିନୀ ସିଂ ଦେଓ, ସାଧାରଣ ସମ୍ପାଦକ ଅନଙ୍ଗ ନେଗୀ, ସତେନ୍ଦ୍ର ପାଢୀ ଙ୍କ ସହିତ ରେଆର ଅନୁଷ୍ଠାନର କର୍ମଚାରୀ ତଥା ସହରର ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ l
