ବଲାଙ୍ଗୀର,୧୭/୧୨(ସୁନୀଲ ତ୍ରିପାଠୀ) :ବଲାଙ୍ଗୀର ପୌରପରିଷଦ ତରଫରୁ ଆଜି ଗୋଟିଏ ଟ୍ରାନ୍ସଜେଣ୍ଡର ଗୃପ ସହ ଆଲୋଚନା କରାଯାଇ ସେମାନଙ୍କୁ ବିଓଭି ମୁମେଣ୍ଟରେ ସାମିଲ କରିବାକୁ ସ୍ଥିର କରାଯାଇଛି ।ବଲାଙ୍ଗୀର ପୌରପରିଷଦ ଯୋଜନା କରୁଛି ଯେ ଟ୍ରାନ୍ସଜେଣ୍ଡର ମାନେ ବ୍ଯାଟେରୀ ଚାଳିତ ଗାଡି ଚଳାଇ ସହରର ସମସ୍ତ ବାସ ଗୃହ ମାନଙ୍କ ରୁ ଆବର୍ଜନା ସବୁ ସଂଗ୍ରହ କରିବେ , ଲୋକଙ୍କ ଠାରୁ ୟୁଜର୍ସ ଫି ସଂଗ୍ରହ କରିବେ । ପାର୍କିଂ ଜୋନ୍ ରେ ଗାଡି ପାର୍କିଂ ପାଇଁ ଲୋକଙ୍କୁ କହିବେ ତଥା ପାର୍କିଂ ଫି ଆଦାୟ କରିବେ । ଏହି ନୂଆ ଯୋଜନା କୁ ସଫଳ କରିବା ପାଇଁ ସମସ୍ତ ଜନ ସାଧାରଣଙ୍କ ଠାରୁ ସହଯୋଗ କାମନା କରାଯାଉଛି ବୋଲି ପୌରପରିଷଦ ତରଫରୁ କୁହାଯାଇଛି ।