ଧାନଅମଳ ମେସିନରେ ଚାପି ହୋଇ ଜଣେ ନାବାଳକ ମୃତ ଅନ୍ୟଜଣେ ଗୁରୁତର

107
ADVERTISEMENT

ସୋନପୁର,୧୬/୧୨(ସୁନୀଲ ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ ମେଘଲା ଗାଁ ରେ ଘଟିଯାଈଛି ଏକ ଅଭାବନୀୟ ଘଟଣା । ଟ୍ରାଙ୍କର ରେ ଲଗା ହୋଇ ଯାଉଥିବା ସମୟରେ ଥ୍ରେସର ଓଲଟି ପଡିବାରୁ ଚାପି ହୋଇ ଜଣେ ବାଳକର ମୃତ୍ୟୁ ହୋଇଛି ଅନ୍ୟ ଜଣେ ଗୁରୁତର ହୋଇ ଛନ୍ତି । ସକାଳୁ ମେଘଲା ପ୍ରଧାନପାଲି ଚାଷଜମିରେ ଖଳା କାମ ସାରିଫେରୁଥିବା ଥ୍ରେସର ଏକ ହିଡରେ ଚଢିବାରୁ ତାହା ଓଲଟି ଯାଈଥିଲା । ସେଠାରେ ଖେଳୁଥିବା ସମୟରେ ପାଖ ପିଲାଙ୍କ ଉପରେ ଚାପିହୋଈଥିଲା । ମୃତ ବାଳକ ହେଉଛି ପ୍ରଜା ତାଣ୍ଡି (୧୦ ବର୍ଷ),ଆହତ ବାଳକ ହେଉଛି କ୍ରିଷ୍ଣା ତାଣ୍ଡି (୧୫ବର୍ଷ) । ଗୁରୁତର କ୍ରିଷ୍ଣା ତାଣ୍ଡୀ କୁ ବିନିକା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରି ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ପୋଲିସ ପହଞ୍ଚି ଘଟଣାର ଅଧିକ ଅନୁସନ୍ଧାନ ଜାରୀ ଅଛି ।

Advertisement