ଘରୋଇ କଲହରୁ ଯୁବକର ଆତ୍ମହତ୍ୟା

99
ADVERTISEMENT

ବଲାଙ୍ଗୀର,୧o/୧୨(ସୁନୀଲ ତ୍ରିପାଠୀ) : ଘରୋଇ କଳହରୁ ଯୁବକର ଆତ୍ମହତ୍ୟା l ଏମିତି ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ଥାନା ଅନ୍ତର୍ଗତ ମୁଣ୍ଡଘାଟ ଗାଁର ୩୪ ବର୍ଷୀୟ ଜିତେନ୍ ରନବିଡା ଆତ୍ମହତ୍ୟା କରିଥିବା ସୁଚନା ମିଳିଛି l ତିନିଦିନ ପୂର୍ବରୁ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ସାମାନ୍ୟ କଳହ ହୋଇଥିଲା l ଏନେଇ ସ୍ତ୍ରୀ ତିନି ପୁଅଙ୍କୁ ଧରି ତାଙ୍କ ମା ଘରକୁ ଚାଲି ଯାଇଥିଲେ l ଯାହା ଫଳରେ ମାନସିକ ଯନ୍ତ୍ରଣାରେ ରହି ଜିତେନ ପ୍ରଚୁର ମଦ୍ୟପାନ କରୁଥିଲେ l ତେବେ ଘରେ କେହି ନ ଥିବା ସମୟରେ ଆତ୍ମହତ୍ୟା କରିଛନ୍ତି ବୋଲି ତାଙ୍କର ବଡଭାଇ ସୁଚନା ଦେଇଛନ୍ତି l ଘଟଣା ସ୍ଥଳରେ ବିରମହାରାଜପୁର ପୋଲିସ ପହଞ୍ଚି ଅନୁସନ୍ଧାନ ଜାରି ରଖିଥିବା ବେଳେ ଶବ ବ୍ୟବଛେଦ ପାଇଁ ପଠାଯାଇଛି।

Advertisement