ବଲାଙ୍ଗୀର ଜିଲ୍ଲାରେ ଭାରତ ବନ୍ଦର ପ୍ରଭାବ

97
ADVERTISEMENT

ବଲାଙ୍ଗୀର,୯/୧୨:(ସୁନୀଲ ତ୍ରିପାଠୀ) : କୃଷକ ସଙ୍ଗଠନ ଓ କଂଗ୍ରେସ କର୍ମୀ ମାନେ ବଲାଙ୍ଗୀର ଜିଲ୍ଲା ସିନଖମନ ଅଞ୍ଚଳରେ ଏନ ଏଚ ୨୬ କୁ ବନ୍ଦ ସମର୍ଥକ କାରୀ ଅବରୋଧ କରି, ଟାୟାର ଜାଳି ରଖିଥିଲେ । ରାସ୍ତାର ଉଭୟ ପାର୍ଶ୍ଵରେ ଶହ ଶହ ଗାଡ଼ି ଅଟକି ରହିଥିଲା l ବଲାଙ୍ଗୀର ଠାରେ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି l ଚାଷୀ ସଂଗଠନ ଓ କଂଗ୍ରେସ କର୍ମୀ ମାନେ କଚେରୀ ଛକ ଠାରେ ଏକତ୍ରିତ ହୋଇ କୃଷି ଆଇନର ବିରୋଧ କରିଥିବା ଦେଖା ଯାଇଛି l କୌଣସି ଅପ୍ରିତିକର ଘଟଣା ଘଟିଥିବା ଜଣାଯାଇ ନାହିଁ ।

Advertisement