ଅସହାୟ ଅଙ୍ଗନବାଡି କେନ୍ଦ୍ର

149
ADVERTISEMENT

ବଲାଙ୍ଗୀର,୦୮/୧୨(ସୁନୀଲ ତ୍ରିପାଠୀ) : ଏବେ ରାଜ୍ୟ ସରକାରଙ୍କ ସୂଚନାରୁ ଜଣାପଡିଛି ଯେ ଓଡିଶା ରାଜ୍ୟରେ ମୋଟ ୭୨ ହଜାର ୫୮୭ ଟି ମଂଜୁରୀ ପ୍ରାପ୍ତ ଅଙ୍ଗନ ବାଡି ଓ ମିନି ଅଙ୍ଗନବାଡି କେନ୍ଦ୍ର ମଧ୍ୟରୁ ୨ ହଜାର ରୁ ଅଧିକ କେନ୍ଦ୍ରର ଘର ବିପଦ ସଙ୍କୁଳ ଅବସ୍ଥାରେ ଅଛି । ସେସବୁକୁ ମରାମତି ପାଇଁ ମଧ୍ୟ ସରକାରଙ୍କ ଯୋଜନା ନାହିଁ । ସେଥିରୁ ମାତ୍ର 806 କେନ୍ଦ୍ରକୁ ଚଳିତ ବର୍ଷ ସରକାର ମରାମତି ଯୋଜନା ରଖିଛନ୍ତି । ୨୬ ହଜାର ୩୩୦ କେନ୍ଦ୍ରର ନିଜସ୍ବ ଘର ନାହିଁ । ହୁଏତ ଭଡା ଘରେ ଅଛି ଅଥବା ଖୋଲା ଆକାଶ ତଳେ ଚାଲିଛି । ପାଇଖାନା ନ ଥିବା ଅଙ୍ଗନବାଡି ସଂଖ୍ଯା ୪୭ହଜାର ୯୦ । ଏଣେ ପିଇବା ପାଣି ସୁବିଧା ନ ଥିବା ଅଙ୍ଗନବାଡି ସଂଖ୍ଯା ୧୯ ହଜାର ୧୮ । ଏସବୁ ଅବ୍ୟବସ୍ଥାକୁ ନେଇ ସରକାରଙ୍କୁ ଯିଏ ଯେତେ ଚେତାଇଲେ ମଧ୍ୟ ପଦକ୍ଷେପ ” ଶୁନ୍ ” । ବଡ ଚିନ୍ତାର ବିଷୟ ଯେ ସୋନପୁର ଜିଲ୍ଲାରେ ଥିବା ୧୫୫୬ ଅଙ୍ଗନବାଡି କେନ୍ଦ୍ର ମଧ୍ୟରୁ ୧୨୧୪ଟି ରେ ପାଇଖାନା ନାହିଁ । ପୁଣି ୧୦୦୧ଟି ରେ ପିଇବା ପାଣି ସୁବିଧା ନାହିଁ । ଅଙ୍ଗନବାଡି କେନ୍ଦ୍ର ମାନଙ୍କରେ ଥିବା ଏସବୁ ଅବ୍ୟବସ୍ଥା କୁ ଦୂର କରିବା ପାଇଁ ସରକାରୀ ତତ୍ପରତା ନାହିଁ ।

Advertisement