ଲୋଇସିଂହା ,୦୬/୧୨(ସୁନୀଲ ତ୍ରିପାଠୀ) :ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଳକ୍ ର ବିଭିନ୍ନ ଅଂଚଳରେ ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କାର ସଟ୍ଟା କାରବାର ଚାଲୁଛି, ଚୋରାରେ ନୁହେଁ ଖୋଲାଖୋଲି ହେଉଛି | ସହରର ବ୍ଲକଛକ,ବସଷ୍ଟାଣ୍ଡ, ଚାର୍ଚ୍ଚଛକ, କଲେଜଛକ, ନୂଆପଡା, ବସ୍ତି, ଢ଼ୋଲମହୁଲ ପର୍ଯ୍ୟନ୍ତ ସଟ୍ଟା ବେପାର ଚାଲିଛି । ପୋଲିସ ଏହାକୁ ନେଇ ଅବଗତ ଥିଲେ ସୁଦ୍ଧା ସଟ୍ଟା ଉପରେ କୌଣସି ନିୟନ୍ତ୍ରଣ ନାହିଁ । ଯେବେ କୌଣସି ଜୁଆରି ଧରା ପଡନ୍ତି ମାତ୍ର ଗୋଟିଏ ଦିନ ମଧ୍ୟ ରେ କିମ୍ବା କିଛି ସମୟ ମଧ୍ୟରେ ଜାମିନରେ ବାହାରକୁ ଚାଲିଆସନ୍ତି | ଏଣେ ସଟ୍ଟାରେ ଦିନ ମଜୁରିଆ ୧ ହଜାର କୁ ୧ ଲକ୍ଷ କରିବା ଆଶାରେ ସେହି ହଜାର ମଧ୍ୟ ହରାଉଛନ୍ତି | ଏଥିପ୍ରତି ଲୋଇସିଂହା ପୋଲିସ କେବେ ଦୃଷ୍ଟି ଦେବ ଏହି ଅପେକ୍ଷାରେ ଅଂଚଳ ବାସୀ ରହିଛନ୍ତି ।