ବଲାଙ୍ଗୀର,୦୬/୧୨(ସୁନୀଲ ତ୍ରିପାଠୀ) : ବଲାଙ୍ଗୀର ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ଓ ଜିଲ୍ଲା କୃଷି ବିଭାଗର ମିଳିତ ଆନୁକୂଲ୍ୟରେ ଲର୍କିପାଲି ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରରେ ଆଜି ବିଶ୍ୱ ମୃତ୍ତିକା ଦିବସ ପାଳିତ ହୋଇଯାଇଛି । କୋଭିଡ-୧୯ ପରିସ୍ଥିତିକୁ ଲକ୍ଷ୍ୟ ରଖି ସାମାଜିକ ଦୂରତା ବଜାୟ ରଖିବା ସହିତ ଏହି ସମାରୋହ ଅନୁଷ୍ଠିତ ହୋଇଥିଲା । ଏହି ଦିବସରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ମହାନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଅଶୋକ ମହାନ୍ତି ସ୍ୱାଗତ ଅଭିଭାଷଣ ଦେଇଥିଲେ । କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ଆଶିଷ ଦାସ ସଭା ପରିଚାଳନା କରିଥିଲେ । ୩0 ଜଣ ଚାଷୀଙ୍କୁ କୃଷି ବିଭାଗ ଓ କୃଷି ବିଜ୍ଞାନ ତରଫରୁ ମିଳିତ ରୂପେ ମୃତ୍ତିକା ସ୍ୱାସ୍ଥ୍ୟ ପରୀକ୍ଷା ପତ୍ରିକା ବଣ୍ଟା ଯାଇଥିଲା । କୃଷି ବିଜ୍ଞାନ କେନ୍ଦ୍ର ତରଫରୁ ଏକ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା ଓ କୃଷି ବିଭାଗ ପକ୍ଷରୁ ଭ୍ରାମ୍ୟମାଣ ମୃତ୍ତିକା ପରୀକ୍ଷାଗାର ପ୍ରଦର୍ଶନ ହୋଇଥିଲା ।