ସୋନପୁର,୦୫/୧୨(ସୁନୀଲ ତ୍ରିପାଠୀ) : ସୋନପୁର ବ୍ଲକ୍ ନାରାୟଣପୁର ପଞ୍ଚାୟତ ନାଇକେନପାଳି ଠାରେ ରହିଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ନୂତନ କୋଠା ଶୁଭ ଉଦଘାଟନ ହୋଇଯାଇଛି l ରାଜ୍ୟର ମାନ୍ୟବର ଅର୍ଥ ଓ ଅବକାରୀ ବିଭାଗ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ନୂତନ କୋଠାକୁ ଆନୁଷ୍ଠାନିକ ଉଦ୍ଘାଟନ କରିଛନ୍ତି l ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମନିଷା ବାନାର୍ଜୀ, ଜିଲ୍ଳା ଚିକିତ୍ସା ଅଧିକାରୀ, ସରପଞ୍ଚ, ସମିତି ସଭ୍ୟ ଙ୍କ ସହିତ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ରହି ଥିଲେ l
