ଭିଜିଲାନ୍ସ ଜାଲରେ ଯୋଗାଣ ଭିଭାଗର ଜୁନିଅର ଅକାଉଣ୍ଟେଣ୍ଟ

116
ADVERTISEMENT

ବଲାଙ୍ଗୀର,୨୪/୧୧,( ସୁନୀଲ ତ୍ରିପାଠୀ) :ବରଗଡ ଜିଲ୍ଲା ଯୋଗାଣ ବିଭାଗର ଜୁନିଅର୍ ଆକାଉଣ୍ଟେଣ୍ଟ୍ କମ୍ବୁ ପାଣି ମିଶ୍ର ଘରେ ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ ହୋଇଛି । ଏକ ସମୟରେ ତାଙ୍କର ବରଗଡ ଅଫିସ, ବରଗଡ ଭଡାଘର, ବଲାଙ୍ଗୀର ସହରରେ ଥିବା ତାଙ୍କ ଘର, ସୋନପୁର ଭଡାଘରରେ ଚଢାଉ ହୋଇଛି । ଏହାର ନେତୃତ୍ବ ନେଇଛନ୍ତି ସମ୍ବଲପୁର ଭିଜିଲାନ୍ସ ଡିଏସପି ଦାଶରଥି ସେଠୀ । ବରଗଡ, ସମ୍ବଲପୁର, ବଲାଙ୍ଗୀର ତଥା ସୋନପୁର ଭିଜିଲାନ୍ସର ମିଳିତ ଚଢାଉ ହୋଇଛି । ତାଙ୍କର ସ୍ଥାବର ଓ ଅସ୍ଥାବର ସଂପତ୍ତିର ଆକଳନ କରାଯାଉଛି ବୋଲି ଜଣାପଡିଛି ।

Advertisement