ବଲାଙ୍ଗୀର,୨୪/୧୧,( ସୁନୀଲ ତ୍ରିପାଠୀ) :ପାଟଣାଗଡ଼ ଉପଖଣ୍ଡ ବେଲପଡା ଅନ୍ତର୍ଗତ ଡେବ୍ରିପାଲି ଗାଁରେ ୧୫ବର୍ଷୀୟ ନାବାଳିକାକୁ କିରୋସିନି ଢାଳି ନିଆଁରେ ପୋଡି ମାରିବା ଉଦ୍ୟମ ଅଭିଯୋଗ ହୋଇଛି । ଏଭଳି ଜଘନ୍ୟ ଉଦ୍ୟମ ଆଉ କେହି ନୁହେଁ ବରଂ ଝିଅର ବାପା ଅରକ୍ଷିତ ନାଗ କରିଥିବାରୁ ପାଟଣାଗଡ଼ ଏସ ଡି ପି ଓ ଓ ଆଇ.ଆଇ.ସି ପହଞ୍ଚି ତଦନ୍ତ ପରେ ତାକୁ ଅଟକ ରଖିଛନ୍ତି। ପୋଲିସ ପକ୍ଷରୁ କାରଣ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ଦ୍ବିତୀୟ ବିବାହ କରିଥିବା ବାପା ପ୍ରଥମ ସ୍ତ୍ରୀର ଝିଅକୁ ପାରିବାରିକ କଳହ ଯୋଗୁଁ ହତ୍ୟା ଉଦ୍ୟମ କରିଥିବା ମା ଅଭିଯୋଗ କରିଛନ୍ତି । ଜନ୍ମକଲା ଝିଅକୁ ପୋଡି ମାରିବା ଭଳି ଅମାନବନୀୟ ଘଟଣାକୁ ନେଇ ଅଞ୍ଚଳରେ ଚହଳ ପଡିଥିବା ବେଳେ ବିଭିନ୍ନ ମହଲରେ ନିନ୍ଦା ପ୍ରକାଶ ପାଉଛି।।