ବନ ବିଭାଗ ଦ୍ୱାରା ଗିରଫ ଦୁଇ ମାଫିଆଙ୍କୁ କୋର୍ଟ ଚାଲାଣ

103
ADVERTISEMENT

ଲୋଇସିଂହା,୧୯/୧୧(ସୁନୀଲ ତ୍ରିପାଠୀ) : ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଳକ୍ ଫଲସାମାଲ ଡ଼ୁମେରଝରଣ ଜଙ୍ଗଲରୁ କାଠ ଚୋରା ଚାଲାଣ ଅଭିଯୋଗ ରେ ଲୋଇସିଂହା ବନବିଭାଗ ଦୁଇ କାଠ ମାଫିଆକୁ ଗିରଫ କରି କୋର୍ଟ ଚାଲାଣ କରିଛି | ବିବରଣୀ ରୁ ପ୍ରକାଶ ଯେ ସେପ୍ଟେମ୍ବର ୨୮ ତାରିଖ ଫଳସାମାଲ -ଡ଼ୁମେରଝରଣ ରାସ୍ତାର ମହଦାସୁନି ସୁରକ୍ଷିତ ଜଙ୍ଗଲରୁ ଟ୍ରାକଟର ଜରିଆରେ କାଠ ଚୋରି ହେଉଥିଲା | ସରଗାଡ ଫୋରେଷ୍ଟର ଗୋବର୍ଧନ ପଟେଲ ଉପରବାହାଲ ବନରକ୍ଷୀ ରାଜକୁମାର ଭୁଏ ଚଢ଼ଉ କରି ଟ୍ରାକଟର ସହ ୩୨୫ ଖଣ୍ଡ ବଳି ଜବତ କରିଥିଲେ | କିନ୍ତୁ ଅଭିଯୁକ୍ତ ଟ୍ରାକଟର ଚାଲକ ଓ ମାଫିଆ ଫେରାର ହୋଇଯାଇଥିଲେ | ବନବିଭାଗ ଖୋଲତାଡ କରି ଦେଢ଼ ମାସ ପରେ କୁସଙ୍ଗର କାଠ ମାଫିଆ ସାମନ୍ତ ବେହେରା ଓ ଟ୍ରାକଟର ମାଲିକ ତାଲଜୁରି ଗାଁର ସୁରେନ ସାହୁକ୍ନୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି | ଜାମିନ ଆବେଦନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଜେଲ ପଠାଇ ଦିଆଯାଇଛି |

Advertisement