ବଲାଙ୍ଗୀର,୨୪/୧୦(ସୁନୀଲ ତ୍ରିପାଠୀ):ଆଜି ପାଟଣାଗଡ ଷ୍ଟେଟ ବ୍ଯାଙ୍କରୁ ଟଙ୍କା ଉଠାଇ ବୁଡିବାହାଲ ଗ୍ରାମର ମାନସ ସାହୁ ଓ ସାଇରାମ ସାହୁ ସ୍କୂଟୀ ରେ ଫେରୁଥିବା ବେଳେ, ପାଟଣାଗଡ ବଥର୍ଲା ଗ୍ରାମ ଠାରେ କେତେ ଜଣ ଦୁର୍ବୃତ୍ତ ସେମାନଙ୍କୁ ଅକ୍ରମଣ କରି ସେମାନଙ୍କ ଠାରୁ ୩ ଲକ୍ଷ ୫୦ ହଜାର ଟଙ୍କା ଲୁଟି ନେଇଥିଲେ । ସ୍ଥାନୀୟ ଲୋକେ ସେ ଆହତ ମାନଙ୍କୁ ହସ୍ପିଟାଲ ନେଇଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବଲାଙ୍ଗୀର ଭୀମ ଭୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଏନେଇ ପାଟଣାଗଡ ଥାନାରେ ମାମଲା ରୁଜ୍ଜୁ ହୋଇଥିବା ବେଳେ ପୋଲିସ ତଦନ୍ତ ଜାରୀ ରଖିଛନ୍ତି ।
