ବଲାଙ୍ଗୀର,୨୦/୧୦(ସୁନୀଲ ତ୍ରିପାଠୀ) : ବରଗଡ଼ ଜିଲ୍ଲାର ସୋହେଲା ଥାନାରେ ଧରାପଡ଼ିଥିବା କଫ ସିରଫ ବୋଝେଇ ଗାଡି ଘଟଣାକୁ ଗୋଟିଏ ସପ୍ତାହ ବିତିଯାଇଥିଲେ ସୁଦ୍ଧା ଚୋରା ଚାଲାଣର ମୁଖ୍ୟ ଅଭିଯୁକ୍ତ King pin ବଲାଙ୍ଗୀରର ଜଣେ ବିଶିଷ୍ଟ ଔଷଧ ବ୍ୟବସାୟୀ ଆଜି ପର୍ଯ୍ୟନ୍ତ ଫେରାର ଅଛି l ପୋଲିସ ଧରିବାରେ ଏଯାବତ ସକ୍ଷମ ହୋଇନାହିଁ ଉକ୍ତ ଘଟଣାରେ ସୋହେଲା ପୋଲିସ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଓ ତାଙ୍କ ପାଖରୁ ୧୩୨୦୦ ବୋତଲ କଫ ସିରଫ ଯାହାର ଆନୁମାନିକ ବଜାର ମୂଲ୍ୟ ୨୫ ଲକ୍ଷ ଟଙ୍କା ଏବଂ ଗୋଟିଏ ପିକ ଅପ ଭେନ ଓ କିଛି ଆପତ୍ତିଜନକ କାଗଜପତ୍ର ଜବତ କରାଯାଇଛି l
ଆଶ୍ଚର୍ଯ୍ୟର ବିଷୟ ଯେ ଏହି ବ୍ୟବସାୟୀ ପୂର୍ବରୁ ମଧ୍ୟ ଅନେକ ବେଆଇନ ଔଷଧ ଚାଲାଣରେ ଲିପ୍ତଥିବା ଅଭିଯୋଗ ଥିଲେ ମଧ୍ୟ ବଲାଙ୍ଗୀର ପୋଲିସ ପ୍ରଶାସନ ଏହି ଦିଗରେ ତତ୍ପରତା ଦେଖାଇବା ପରିଲକ୍ଷିତ ହୋଇନାହିଁ l
ସାଧାରଣତଃ ପାର୍ବଣ ସମୟରେ ବେଆଇନ ନିଶା କାରବାର ହଠାତ ବଢିବା ପରିଲକ୍ଷିତ ହୋଇଥାଏ, ଏହି ସମୟରେ ପୋଲିସର ନିଷ୍କ୍ରିୟତା ଓ ଗଣମାଧ୍ୟମର ନୀରବତା ନିଶା କାରବାରୀଙ୍କୁ ଉତ୍ସାହିତ କରୁନାହିଁ ତ ଏଠି ପ୍ରଶ୍ନ ବାଚୀ ??
ବର୍ତମାନ ଯୁବ ସମାଜ ବେଆଇନ ନିଶାରେ କବଳିତ ହୋଇ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତରହି ସମାଜ ପ୍ରତି ଘୋର ବିପଦ ସୃଷ୍ଟି କରୁଛନ୍ତି l ଯଦି ଏଭଳି ଭଦ୍ରମୁଖାଧାରୀ ନିଶା ବେପାରୀଙ୍କୁ କାବୁ କରା ନ ଯାଏ ତେବେ ବଲାଙ୍ଗୀରରୁ ପଡୋଶୀ ଜିଲ୍ଲା ମାନଙ୍କୁ ଲମ୍ବିଥିବା ନିଶାର ଚେର ଆଗାମୀ ଦିନରେ ଭୟାବହ ରୂପ ନେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି l