ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରଶାସନର ଉଦାସୀନତା

135
ADVERTISEMENT

ବଲାଙ୍ଗୀର,୨୦/୧୦(ସୁନୀଲ ତ୍ରିପାଠୀ) : ବଲାଙ୍ଗୀର ମ୍ୟୁନସିପାଲିଟି ଅଧୀନସ୍ତ ନିର୍ମାଣନଧୀନ ପ୍ରାଧାନମନ୍ତ୍ରୀ ଆବାସ ଯୋଜନାରେ ଠିକ ସମୟରେ ଫଟୋ ଉଠାଯାଉନାହିଁ । ତଥା କିସ୍ତି ଟଙ୍କା ମଧ୍ୟ ପଇଠ କରାଯାଉନାହିଁ,ଯାହାଫଳରେ ଗରିବ ହିତାଧୀକାରୀମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତା ଛଡା ନିର୍ମାଣ ସରିଥିବା ପ୍ରଧାନମନ୍ତ୍ରୀ ଆବାସର ବୋନସ୍ ଟଙ୍କା ପାଇବାକୁ ହକଦାର୍ ଥିବା ହିତାଧୀକାରୀମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।।ତେଣୁ ଏହି ସମସ୍ୟାର ତୁରନ୍ତ ସମାଧାନ କରିବାପାଇଁ ମ୍ୟୁନସିପାଲିଟି ନିର୍ବାହୀ ଅଧୀକାରୀଙ୍କୁ ବି ଜେ ପି ନେତା ଅନନ୍ତ ଦାସଙ୍କ ନେତୃତ୍ୱରେ ଜିଲ୍ଲା ବି ଜେ ପି ତରଫରୁ ଏକ ଦାବିପତ୍ର ପ୍ରଦନ କରାଯାଇଛି ।

Advertisement