ବଲାଙ୍ଗୀର,୧/୧୦(ସୁନୀଲ ତ୍ରିପାଠୀ) : ଓଡିଶା ର ପୂର୍ବତନ ରଗବୀ ଖେଳାଳୀ ସୁଜାତା ପ୍ରଧାନ ଘଟଣା ଚକ୍ରରେ ଏବେ ଛେଳି ଚରାଇ ପରିବାର ପ୍ରତିପୋଷଣ କରୁଛନ୍ତି । ସେ ଅନେକ ଆନ୍ତର୍ଜାତିକ ପୁରସ୍କାର ମଧ୍ୟ ପାଇଛନ୍ତି । ସେ ଏବେ ରଣପୁର ବ୍ଲକ୍ ଗିରିଣ୍ଡା ଗ୍ରାମରେ ଝାଟି ମାଟି ଘରେ ରହୁଛନ୍ତି । ରାଜ୍ୟ ପାଇଁ ବିଭିନ୍ନ ଖେଳରେ ଅଂଶଗ୍ରହଣ କରିଥିବା ଖ୍ୟାତିନାମା ଖେଳାଳୀ ମାନଙ୍କୁ ଚିହ୍ନଟ କରି ସେମାନଙ୍କୁ କିଛି ଆର୍ଥିକ ସହାୟତାର ବ୍ଯବସ୍ଥା ସରକାର କରିବା ଉଚିତ ବୋଲି ଅଞ୍ଚଳ ବାସୀଙ୍କ ଦାବୀ ।