ବଲାଙ୍ଗୀର ,୨୪/୯(ସୁନୀଲ ତ୍ରିପାଠୀ): ଆଜି ସକାଳେ କଣ୍ଟାବାଞ୍ଜି ସହର ର ବିଭିନ୍ନ ସ୍ଥାନରେ ଚୋରା କାଠ ବେପାରୀଙ୍କ ଆଡ୍ଡାସ୍ଥଳୀରେ ବନ ବିଭାଗ ଓ ପୋଲିସର ମିଳିତ ଚଢାଉ ହୋଇଛି । ଏହି ଚଢାଉରେ ବିପୁଳ ପରିମାଣର ଶାଗୁଆନ୍ କାଠ ପଟା, କାଠ ଗଣ୍ଡି, ଅର୍ଧନିର୍ମିତ ଆସବାବ ପତ୍ର ଇତ୍ଯାଦି ଜବତ କରାଯାଇଛି । କିନୁ କେତେ ମୂଲ୍ଯର କାଠ ଜବତ ହୋଇଛି ବର୍ତ୍ତମାନ ସୂଦ୍ଧା ଜଣାପଡି ନାହିଁ ।