ବଲାଙ୍ଗୀର,୨୪/୯(ସୁନୀଲ ତ୍ରିପାଠୀ): ଆଜି ବଲାଙ୍ଗୀର ଜିଲ୍ଲା ପ୍ରଶାସନ ତରଫରୁ ସମଲେଇସ୍ୱରୀ ମେଡିକାଲ ଓ ବିବେକ ମେଡିକାଲରେ କୋଭିଡ୧୯ ଆଇନ ଉଲ୍ଲଙ୍ଘନ ହେଇ ଥିବାରୁ ଏହାକୁ ୨୪ ଘଣ୍ଟା ପାଇଁ ସିଲ କରାଯାଇଛି l ଏହାକୁ ସିଲ କରିବା ସମୟରେ ବଲାଙ୍ଗୀର ଟାଉନ ଥାନା ଅଧିକାରୀଙ୍କ ସହ ଉପଜିଲ୍ଲାପାଳ ଓ ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ଉପସ୍ଥିତ ଥିଲେ l ବଲାଙ୍ଗୀର ପ୍ରଶାସନ ତରଫରୁ ଯଦି ଚିକିତ୍ସା କ୍ଷେତ୍ରରେ ମଧ୍ୟ ଏତିକି ତତ୍ପରତା ଦେଖାଯାଇଥାନ୍ତା ତାହେଲେ ନିଶ୍ଚୟ ଏହାର ସୁଫଳ ମିଳି ପାରନ୍ତା