ବଲାଙ୍ଗୀର,୨୨/୯(ସୁନୀଲ ତ୍ରିପାଠୀ) : ବଲାଙ୍ଗୀରରେ ସୋମବାର ଠାରୁ ଜାତୀୟ କୃମିନାଶକ ଔଷଧ ସେବନ ଅଭିଯାନ ଆରମ୍ଭ ହୋଇଯାଇଛି l ଏହି ଅଭିଯାନ ଚଳିତ ମାସ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ l ଏଥିରେ ଏକ ରୁ ୧୯ ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କୁ କୃମିନାଶକ ଔଷଧ ଦିଆଯିବ l ଏହି ଔଷଧ ଘରକୁ ଘର ଯାଇ ଦିଆଯିବା ସହିତ ବିନା ମୂଲ୍ୟରେ ପିଲାଙ୍କୁ ଦିଆଯିବ l ବଲାଙ୍ଗୀର ଜିଲ୍ଲାର 4, 68,277 ଜଣ ପିଲାଙ୍କୁ ଔଷଧ ଦିଆଯିବାପାଇଁ ଧର୍ଯ୍ୟ କରାଯାଇଛି l କୋଭିଡ ନିୟମକୁ ଦୃଷ୍ଟିରେ ରଖି ଆଶା, ଅଙ୍ଗନବାଡି ଏବଂ ସ୍ୱାସ୍ଥ୍ୟକର୍ମୀ ଘରକୁ ଘର ଯାଇ ଔଷଧ ଦେବେ l ପିଲାମାନଙ୍କୁ ପୃଷ୍ଟିହୀନତା, ରକ୍ତହୀନତା ଠାରୁ ଦୁରେଇ ରଖିବା ଏହାର ଉଦେଶ୍ୟ ହୋଇଥିବା ବେଳେ ଅଭିଭାବକଙ୍କୁ ଏଥିରେ ସହଯୋଗ କରିବା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଅନୁରୋଧ କରାଯାଇଛି l