ବଲାଙ୍ଗୀର,୨୧/୯(ସୁନୀଲ ତ୍ରିପାଠୀ) : ବଲାଙ୍ଗୀର ଜିଲ୍ଲା ପାହାଡ ଜଙ୍ଗଲ ଭିତରେ ଥିବା କଦଳୀପାଲି ଗାଁ ଯେଉଁ ଠାରେ ସ୍ୱାସ୍ଥ୍ୟ ସେବା ସମ୍ପୂର୍ଣ୍ଣ ଭାବରେ ଅବହେଳିତ l ଗାଁରେ ପିଇବା ପାଣିର ସୁବିଧା ନ ଥିବାରୁ ଲୋକେ ଦୂଷିତ ଜଳ ବ୍ୟବହାର କରି କିଡ଼ନୀ ରୋଗର ଆକ୍ରାନ୍ତ ହେଉଛନ୍ତି l ଡାକ୍ତର ସୂର୍ଯ୍ୟକାନ୍ତ ମହାପାତ୍ର ସୋସିଆଲ ମିଡ଼ିଆରୁ ଏ ବିଷୟରେ ଜାଣିବା ପରେ ସେଠାରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର କରି ଲୋକଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦେବା ପାଇଁ ମନସ୍ତ କରିଥିଲେ l ଏହାପରେ ସୌମ୍ୟ ସେବା ଫାଉଣ୍ଡେସନ ପକ୍ଷରୁ ଗାଁର ଶତାଧିକ ରୋଗୀଙ୍କୁ ମାଗଣାରେ ଚିକିତ୍ସାର ସୁବିଧା ଦିଆଯାଇଥିଲା l ଡାକ୍ତର ସୂର୍ଯ୍ୟକାନ୍ତ ମହାପାତ୍ରଙ୍କ ଏପରି ନିସ୍ଵାର୍ଥ ଜନସେବା ଦେଖି ଅନେକ ଡାକ୍ତର ଅନୁପ୍ରାଣିତ ହୋଇଛନ୍ତି l ବର୍ତମାନ ଅନେକ ଡାକ୍ତର ନିଜର ଛୁଟି ଦିନରେ ଲୋକଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଚାହୁଁଛନ୍ତି l