ବଲାଙ୍ଗୀର,୨୦/୦୯(ସୁନୀଲ ତ୍ରିପାଠୀ) ; ବଲାଙ୍ଗୀର ଜିଲ୍ଲା ଲୋଇସିଂଗା ସହରର ନୂଆପଡା ଠାରେ ଭଙ୍ଗା ମାଟି ଘରେ ପଲିଥିନ୍ ଟାଣି ଜୀବନ ବିତାଉଛନ୍ତି ମାଁ ଓ ଝିଅ । ବିଧବା ମାତା ମାଳତୀ ମାଝୀ ,ତାଙ୍କ ଜଣେ ଅବିବାହିତା ବଡ ଝିଅ ସହିତ ପଲିଥିନ୍ ଟାଣି ତା ତଳେ ରହୁଛନ୍ତି । ଦୀର୍ଘଦିନ ଏକ କୁଡିଆଟିରେ ସେମାନେ ରହୁଥଲେ,ତାହା ଅଦିନିଆ ବର୍ଷାରେ ଭାଙ୍ଗି ଯିବାରୁ ସେମାନେ ବେସାହାରା ହୋଇଗଲେଣି । କୌଣସି ସରକାରୀ ସହାୟତା କିମ୍ବା ଆବାସ ଯୋଜନା ଘର ଖଣ୍ଡେ ମିଳି ନାହିଁ ? ସେମାନଙ୍କୁ ତୁରନ୍ତ କିଛି ସରକାରୀ ସହାୟତା ପାଇଁ ସ୍ଥାନୀୟ ଅଞ୍ଚଳବାସୀଙ୍କ ଦାବୀ ।