ବଲାଙ୍ଗୀର:୧୭/୯(ସୁନୀଲ ତ୍ରିପାଠୀ) : ଆଜି ପବିତ୍ର ମହାଳୟା ପୂଜା । ଏହି ତିଥୀ ରେ ଆଦ୍ଯା ଶକ୍ତି ମାଆ ଦୁର୍ଗା ଧବଳ ମୂଖୀ ବେଶରେ ପୂଜା ପାଇ, ଭକ୍ତ ମାନଙ୍କୁ ଦର୍ଶନ ଦେଇଥାଆନ୍ତି । ଆଜି ବଲାଙ୍ଗୀର ର ବିଭିନ୍ନ ଶକ୍ତି ପୀଠ ମାନଙ୍କ ରେ ମହାଳୟା ପୂଜା ଅନୁଷ୍ଠିତ ହେଉଛି । ଚଳିତ ବର୍ଷ କୋଭିଡ୍ କଟକଣା କୁ ଦୃଷ୍ଟି ରେ ରଖି ନିରାଡମ୍ବର ଭାବେ ସମସ୍ତ ନୀତି ନିୟମ ଅନୁସରଣର ସହିତ ନିତୀ କାନ୍ତି ପୂଜା ବିଧି ଅନୁଷ୍ଠିତ ହେଉଛି । ବଲାଙ୍ଗୀର, ମାଁ ସମଲେଶ୍ବରୀ ମନ୍ଦିର ରେ ମଧ୍ୟ କୋଭିଡ୍ କଟକଣା ଅନୁସାରେ ବିନା ଭକ୍ତଙ୍କ ସମାବେଶରେ ମାଁ ଙ୍କ ଧବଳ ମୂଖୀ ବେଶ ପୂଜା ଚାଲିଛି। ମନ୍ଦିର ପୂଜକ ଟଙ୍କଧର ଦିଶ୍ରୀ ଏ ସଂପର୍କରେ ସୂଚନା ଦେଇଛନ୍ତି ।