ବଲାଙ୍ଗୀର:୧୭/୯(ସୁନୀଲ ତ୍ରିପାଠୀ) : ବଲାଙ୍ଗୀର ଜିଲ୍ଲାରେ କୋଭିଡ ପରିଚାଳନା ପାଇଁ ତଥା ଏ ସମ୍ପର୍କରେ ବିଭିନ୍ନ ଅନୁରୋଧ ଓ ଅଭିଯୋଗ ପାଇଁ ୨୪ ଘଣ୍ଟିଆ କଂଟ୍ରୋଲ ରୁମ ଖୋଲାଯାଇଛି l ଆଜି ଜିଲ୍ଲାପାଳ ଚଞ୍ଚଳ ରାଣା ଭିଡ଼ିଓ କାନଫରେନସିଙ୍ଗ ମାଧ୍ୟମରେ ଜିଲ୍ଲାର ସମସ୍ତ ଉପଜିଲ୍ଲାପାଳ, ବି.ଡି.ଓ ତହସିଲଦାର, ଏସ ଡି ପି ଓ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଏ ବିଷୟରେ ଆଲୋଚନା କରିଛନ୍ତି l ଯୋଗାଯୋଗ ପାଇଁ ଜାରି କରାଯାଇଥିବା ଲାଣ୍ଡ ଲାଇନ ନମ୍ବର ହେଲା – 06652-232773 ଏବଂ ମୋବାଇଲ ନମ୍ବର ହେଲା -8260962722 l